ଅସଲ ଗୁମର
ଅସଲ ଗୁମର
ବୟସ ବିତିବା ଥୟ ଚାଲିଥିବ
ନିରନ୍ତର ଭେଟ ଓ ଦର୍ଶନ ।
ଜଳେ କେବେ ଜାଳ ହୋଇ ଜୀବନ ଜଞ୍ଜାଳେ ପ୍ରତିଘାତେ ହୁଅଇ ଜର୍ଜର
ଘାରୁଥାଏ ପାଦେ ପାଦେ ବିପଦ ଓ ଭୟ
ବୁଝିହୁଏ ଅଳ୍ପ କିଛି ରହିଯାଏ ଅବୁଝା ଅନେକ ଛୋଟବଡ଼ ବାଘଛେଳି ପଇନ୍ତରା
ଜୀବନର ପଶାପାଲି ଖେଳ,
କ୍ଷମତା ଅନ୍ଧ ନିଶାରେ ହଜିଯାଏ ସମ୍ବେଦନା
ଶକୁନି ଚଳାଏ ଗୋଟି କଚେ ପ ବାର ।
ଉଲ୍ଲସିତ ଅତି ଯେତେ ପାପିଷ୍ଠ ପାମର
ବିଜେ ସିଂହ ପଦ୍ମାସନେ ପ୍ରଭୁ ଗାଲମାଧ,
ଦୈ।ରାତ୍ମରେ ଅତିଷ୍ଠ ପୀଡ଼ିତ ଜନେ
ନିରୂପାୟ କର୍ତ୍ତବ୍ୟ ବିମୁଢ ।
ଅଲାଯୁକ ମାଧିଆଙ୍କ ମୁହଁ ସାରା
ଉଠେ ଯଦି ବଥ
ଡେଙ୍ଗୁରା ପିଟି କହନ୍ତି ମୁହେଁ ତାଙ୍କ
ଜଳୁଛି ଆଲୋକ,
ଲୁଟିଖାଇ ଜଗତକୁ ସ୍ପଷ୍ଟ ଦିବାଲୋକେ
ଅନ୍ୟକୁ ସେ କହନ୍ତି କୃପଣ
ମରିଗଲେ କିଏ ସଙ୍ଗେ ନେବ ନାହିଁ କିଛି
ଦେଉଥାନ୍ତି ସମସ୍ତଙ୍କୁ ତୁଚ୍ଛା ପ୍ରବଚନ ।
ସଳଖେ ଠିଆ ହୋଇ ନ ପାରୁ
ପଛେ ନିଜ ଦୁଇ ଗୋଡ଼େ,
ଚତୁରଙ୍ଗ ଚକ୍ରବର୍ତ୍ତୀ ବୋଲାଏ ସେ
ଅନର୍ଗଳ ଆଦେଶକୁ ଝାଡେ,
ବେଉସା ତୋଷାରପାତେ ଠୁଳାଏ ସେ
ବଡ଼ ବଡ଼ କୋଠାବାଡ଼ି ଅର୍ଥ ଅସୁମାର
ବଦାନ୍ୟତା ସେବା ଓ କଲ୍ୟାଣ ସିନା
ଧରମକୁ ମାତ୍ର ଆଖି ଠାର
କର୍ମୁ ପରିଚୟ ମିଳେ ଭଣ୍ଡ ଘଡିଆଳ ।
ହୋଇ ମଧ୍ୟ ବିବାହିତ ଥାଇ ଘରେ
ପୁତ୍ର କନ୍ୟା ଦାର ଆପଣାର
ଲିପ୍ତ ପରକୀୟା ପ୍ରେମେ ଦିଏ ଯଦି
ଆଦର୍ଶ ନୀତିର ଶିକ୍ଷା ଲାଗେ ଅସୁନ୍ଦର ।
କର ଯେତେ ତୋଷାମଦି କୁହାମୁଣ୍ଡା
କପିଳା ପ୍ରଚାର
ପୂରିବ ସେରକ ଯେବେ ମାଣକ ପୂରିବ
ଗାଲୁ ମାଧିଆ ଙ୍କ ମୁହଁ ଦିଶେ ଜଳଜଳ
ଫିଟିଥାଏ ଅସଲ ଗୁମର ।
---------
