STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ପିତୃ ମାତୃ କର୍ତ୍ତବ୍ୟ🍁

ପିତୃ ମାତୃ କର୍ତ୍ତବ୍ୟ🍁

1 min
237

ଦାମ୍ପତ୍ୟ ଜୀବନ ଖୁସିର ଜୀବନ


ବିଭା ପରେ ହୋଇ ଥାଏ,


ଖୁସିର ଜୀବନୁ ଦାମ୍ପତ୍ୟ ଜୀବନେ


ଶିଶୁ ରତ୍ନ ପ୍ରାପ୍ତି ହୁଏ।୧।


ଖୁସି ଆନନ୍ଦର ସଂସାରଟି ହୁଏ


ପଟାନ୍ତର ନାହିଁ ତାର,


ପିତୃମାତୃଙ୍କର କର୍ତ୍ତବ୍ୟଟି ହୁଏ


ଶିଶୁ ପରି ପାଳିବାର।୨।


ଶକ୍ତିଶାଳୀ ହେଉ ଶିଶୁଟି ତାହାର


ସବୁ ବଳେ ଧ୍ୟାନ ଦିଏ,


ଉଚିତ ସମୟେ ଭଜନ ବେବସ୍ଥା


ପିତୃମାତୃଙ୍କର ହୁଏ।୩।


ପରାମର୍ଶ ନିଏ ଶିଶୁ ଡକ୍ଟରଙ୍କ


ଶିଶୁର ସ୍ବାସ୍ଥ୍ୟର ପାଇଁ,


ସର୍ବଗୁଣେ ହେଉ ସମ୍ପନ୍ନ ଶିଶୁର


ଶିଶୁର ବିକାଶ ପାଇଁ।୪।


ଟିକେ ହେଳା କଲେ ଦୂର୍ବଳ ହେବହି


ଚିନ୍ତା କରୁ ଥାଏ ମନେ,


ଶକ୍ତିଶାଳୀ ହୋଇ ବିକାଶ ପଥରେ


ଶିଶୁ ବଢୁଥାଉ ଧାମେ।୫।


ସବୁ ଆବଶ୍ୟକ ଅଜାଡି ଦିଅଇ


କର୍ତ୍ତବ୍ୟ ଭାବେଟି ମନେ,


ଉଚିତ ସମୟେ ଖାଦ୍ୟର ବେବସ୍ଥା


ପିତୃମାତୃ ଧର୍ମ ମାନେ।୬।


ସବୁ କ୍ଷେତ୍ର ଶିଶୁ ଆଗୁଆ ହୋଇବ


ଭାବୁ ଥାଏ ମନେ ମନେ,


ଉଜ୍ଜ୍ୱଳ କରିବା ଗୄହସ୍ତକୁ ତାର


ପ୍ରଭୁ ଭକ୍ତି କରେ ମନେ।୭।


ଦାମ୍ପତ୍ୟ ଜୀବନ ଖୁସିର ଜୀବନ


ବିଭା ପରେ ହୋଇ ଥାଏ,


ଖସିର ଜୀବନୁ ଦାମ୍ପତ୍ୟ ଜୀବନେ


ଶିଶୁ ରତ୍ନ ପ୍ରାପ୍ତି ହୁଏ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational