STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

ଅବିର ଟିକେ ବୋଳି ଦିଅ💐ରୀତା ଅପରlଜିତା ମହାନ୍ତି

ଅବିର ଟିକେ ବୋଳି ଦିଅ💐ରୀତା ଅପରlଜିତା ମହାନ୍ତି

1 min
182

ପୁଣି ଆସିଛି ହୋଲି

ନାଲି ,ନେଳି, ଗୋଲାପୀ ରଙ୍ଗ ନେଇ

ସ୍ନେହ ,ଶାନ୍ତି ମୈତ୍ରୀ ର ପର୍ବ 

ସମସ୍ତ ଙ୍କୁ ଭାଇଚାର ର ସନ୍ଦେଶ ଦିଏ ଏ ପର୍ବ

ଯେମିତି ତୁମେ ରାଧିକା ଙ୍କ ଦେହେ ବୋଳିଥିଲ

ଅବିର ମୋ ଦେହରେ 

ଅବିର ଟିକେ ଦିଅ ବୋଳି

ହେ ଶ୍ୟାମଘନ 

ତୁମେ ସତ ରେ ଆସିବ

ମନ ଭରି ମତେ ରଙ୍ଗେଇଦ ତୁମ ପ୍ରୀତିର ରଙ୍ଗ ରେ।

ମୁଣ୍ଡ ଫଟା ରଙ୍ଗ ନୁହେଁ ଆମ ପରମ୍ପରା

ଆସ ସବୁ ଭଉଣୀ ଭାଇ

ଜାତି ଧର୍ମ ସବୁ ଭୁଲି

ହସ ଖୁସି ହୋ ହାଲ୍କା ରେ ପାଳିବା ହୋଲି

ଘର ବାହାର ଆକାଶ ଆଜି ସବୁ ରଙ୍ଗ ଭରା

ଧରଣୀ ନାନା ରଙ୍ଗର ଶାଢୀ ପିନ୍ଧି ନବ ବଧୂ ପରି ଲାଗୁଛି

ସବୁଠି ଦୋଳ ଗୋବିନ୍ଦ ଙ୍କ ହସ ଶୁଭୁଛି

ଜୀବନକୁ ସବୁବେଳେ ରଙ୍ଗଭରା ରଖିବାକୁ

ଆମେ ସବୁ ଭାଇ ଭଉଣୀ ବନ୍ଧୁ ବାନ୍ଧବ

ସବୁ ସମ୍ପର୍କରେ ରଙ୍ଗ ଭରିବା 

ହସି ହସି ସ୍ୱାଗତ କରିବା ହୋଲିକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational