ରହି ଯାଅ ସମୟ
ରହି ଯାଅ ସମୟ
ଶୁଣ ଥରେ ତୁମେ ସମୟ ବାନ୍ଧବୀ
ଶୁଣ ମୋ ବଚନ ଥରେ
ପ୍ରବଳ ବେଗରେ କାହିଁକି ଧାଉଁଛ
ଚାଲ ଧୀରେ ଧୀରେ ଧୀରେ |
ମନରେ ଭରିଛି ବହୁତ ଭାବନା
ଗୋଟେ ଗୋଟେ କରି ଯିବି
ଯଦି ତୁମେ ଯିବ ପ୍ରବଳ ବେଗରେ
ଗୋଟେ ବି ନକରି ପାରିବି |
ପ୍ରେମକୁ ମାରିଲି ମୋହରି ପ୍ରିୟାର
ଅଵିଵେକୀ ମୁହିଁ ହୋଇ
ଜାଣିଲା ବେଳକୁ ସମୟ ସରିଲା
(ମୋ) ପାଖେ ଆଉ ପ୍ରିୟା ନାହିଁ |
ରହିଯାଅ ସାଥି କ୍ଷଣିକ ପାଇଁ କି
ମୁଁ ଯିବି ମୋ ପ୍ରିୟା ପାଖକୁ
କ୍ଷମା ମୁଁ ମାଗିବି ନିରବତା ସହ
ଡାକିବି ମୋହରି ପାଖକୁ |
ରହିଅଛି ପୁଣି କେତେକ କରମ
କରିବି ଲୋ ସାଥି ମୁହିଁ
ମୋ ମୁହଁ ଦେଖିଣ ରାହିଯାଅ ଟିକେ
ବେଗେ ସବୁ କରିଯିବି ||