ମୁଁ ଗଛ ମୁଁ ଜୀବନ
ମୁଁ ଗଛ ମୁଁ ଜୀବନ
ଜୀବନଯାକ ନିଃସ୍ୱାର୍ଥପର ସେବାରେ
ବ୍ରତୀ ହୋଇ
ନିଜକୁ ଭୁଲି
ଜୀବଜଗତର ରକ୍ଷା ହିଁ ମୋର ଧର୍ମ
ମୁଁ ବଞ୍ଚିଲେ ସଂସାର ବଂଚିବା
ମୋର ଅସ୍ତିତ୍ବ
ମୋର ଅସ୍ମିତାର
ଧ୍ବଂସରେ ପ୍ରଦୂଷିତ ହେବ
ସମାଜ, ଦେହ ଓ ମନ
ଶେଷରେ ପାଉଁଶ ହେବ
ଏ ସବୁଜ ଧରଣୀ
କାନ୍ଦିବେ ସମସ୍ତେ ହାହାକାରେ
ହସିବେ ମରୁଡି ଓ ତା ସାଥୀ ।
