STORYMIRROR

Hasyamayee Raj

Inspirational

3  

Hasyamayee Raj

Inspirational

ଜୀବନ ଓ ସଂଘର୍ଷ

ଜୀବନ ଓ ସଂଘର୍ଷ

1 min
252


ଜୀବନ ଏକ

ସମତଳ ରାସ୍ତା ନୁହେଁ

ଲକ୍ଷ୍ୟସ୍ଥଳ ଭେଟ ହେବା ପାଇଁ

ଜୀବନ ତ ସଂଘର୍ଷର

ଅନ୍ତହୀନ ପଥଟିଏ

ତା ବିନା ସ୍ବାଦ ନାହିଁ ଜିଇଁବାରେ,

ମିଛ ମାୟା

ଅନ୍ଯାୟ, ଅନୀତିର

କୁହୁଡିକୁ ଭେଦକରି

ଜୀବନ ଚାଲୁଥାଏ ନିରନ୍ତର

ସଫଳତାର ଶୀର୍ଷ ଛୂଇଁବାକୁ

ଅନ୍ବେଷଣ କରିବାରେ ।

ପ୍ରତି ମୁହୂର୍ତ୍ତରେ

ସରି ଆସୁଥାଏ ଆୟୁଷ

ସଂଘର୍ଷର ଗୋଟି ଗୋଟି

ପଦଚିହ୍ନ ଦେଇ

ସେ ଆଗୋଉଥାଏ

ନହେଲେ 

ସେ ଅଟକି ଯିବ ସେଇଠି

ଯାତ୍ରା ତାର ରହିଯିବ ଅଧୁରା

ଚାଲିପାରିବନି ଶେଷଯାଏ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational