STORYMIRROR

Hasyamayee Raj

Inspirational

3  

Hasyamayee Raj

Inspirational

ସ୍ୱାର୍ଥପର ଏ ଦୁନିଆ

ସ୍ୱାର୍ଥପର ଏ ଦୁନିଆ

1 min
262


ମଥାଲପିଟେ ଯେବେ ଅତୀତର କଥା

ଦିଶିଯାଏ ସେଇ ମୁହଁ

ଦିଶିଯାଏ ପୁଣି ସେଇ ଦୃଶ୍ୟପଟ

ଝରିଯାଏ ଆଖି ଲୁହ ।।


ସ୍ନେହର ବନ୍ଧନ ମମତାର ଡୋରି

କେତେ ଥିଲା ସତେ ଦୃଢ 

ହୁଗୁଳି ଯାଇଛି ସେଇ ଡୋରି ଆଜି

ମଣିଷ ସାଜିଛି ମୂଢ ।। 


ହୃଦୟର ଡାକ ଶୁଣିପାରେ ନାହିଁ 

ରୁଦ୍ଧ କର୍ଣ୍ଣ ଗହ୍ୱର 

ଅବିବେକୀ ଆଜି ସାଜିଛି ମଣିଷ 

ଖୋଲେନି ବିବେକ ଦ୍ୱାର ।। 


ଈର୍ଷା ଅସୂୟା ଅହଂକାରର 

ଅନ୍ଧାର ତା ଚାରିକଡେ 

କେମିତି ଦେଖିବ ଆଲୁଅ ସତରେ 

ଜୀବନ ସେଥିରେ ଜଡେ ।। 


ନିତି ଦେଖୁଥାଏ ସଂସାର ହାଟରେ

ଜନ୍ମ ମରଣର ଦୃଶ୍ୟ 

ତଥାପି ବୁଝେନି ଜୀବନ ଅମୂଲ୍ୟ 

ଆପେ ଆପେ ହୁଏ ନାଶ ।। 


ସ୍ୱାର୍ଥପର ଏ ଦୁନିଆ ଦାଣ୍ଡରେ

ଆପଣାର ହୁଏ ପର

ରାତିର ସପନ ମିଛ ହେଇଯାଏ

କାନ୍ଦୁଥାଏ ଅନ୍ତର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational