ଖରାପ କିଏ କୁହ
ଖରାପ କିଏ କୁହ
ମୋ ଆଖି ଦେଖେ
ଯାହାକୁ ଏଠି
ଲାଗେ ତ ସବୁ ପ୍ରିୟ
ପବନ ସୁର ଗଛ ପତର
ନଈର ପାଣି ସୁଅ
ଖରାପ କିଏ କୁହ ।
ସରଳ ହସ
ଛୋଟ ଶିଶୁର
କଅଁଳ ତାର ମୁହଁ
ନିର୍ମଳ ପୁଣି ଆଖି ଯୋଡିକ
ସୁନ୍ଦର ତାର ଲୁହ
ଖରାପ କିଏ କୁହ ।
ବାପାଙ୍କ ସ୍ନେହ
ମା'ର କୋଳ
ଦୂରେଇ ଦିଏ ଭୟ
ସରଗ ପରି
ପରିବାର ମୋ
ସତ୍ଯରେ ରଖେ ଲୟ
ଖରାପ କିଏ କୁହ ।
ରୋଗ ଶୋକରେ
ସାଇ ପଡିଶା
ମନକୁ କରେ ଥୟ
କାନ୍ଧରେ କାନ୍ଧ ମିଶେଇ ଦେଇ
ଦୁଃଖକୁ କରେ କ୍ଷୟ
ଖରାପ କିଏ କୁହ ।
କେଉଁ ମଣିଷ
ଜନମ ବେଳୁ
ଖରାପ କେବେ ନୁହଁ
ଭଲ ହେବାକୁ ସୁଯୋଗ ଦେବା
ହୃଦୟ କରି ଜୟ
ଖରାପ କିଏ କୁହ ।
