ସୁନ୍ଦର ମୋ ଘର
ସୁନ୍ଦର ମୋ ଘର
ସବୁଠୁ ସୁନ୍ଦର ମୋର
ଘର ପରିବାର
ବହୁଥାଏ ନିତି ଯହିଁ
ପ୍ରେମ ସୁଧା ଝର ।
ହୋଇଯାଏ କେବେ ଯଦି
ତାହାଠାରୁ ଦୂର
ଜଳ ଜଳ ଦେଖାଯାଏ
ଛବିଟି ତାହାର ।
ସେଇ ଚାରିକାନ୍ଥେ ସଦା
ବନ୍ଧା ମନ ମୋର
ତା'ବିନା ଜିଇଁବାଟା
ଲାଗଇ ଅନ୍ଧାର ।
ମର୍ତ୍ତ୍ୟରେ ତ ସ୍ବର୍ଗପୁର
ମୋର ଛୋଟ ଘର
କିଏ ଅଛି ଦୁନିଆରେ
ତାଠାରୁ ନିଜର ।
ତା କୋଳରେ ଶୋଇଥିଲେ
ଲାଗେ ନାହିଁ ଡର
ମହ ମହ ବାସୁଥାଏ
ସତେ କି ମନ୍ଦିର ।
ଅଳି ଅର୍ଦ୍ଦଳି କେତେ ଯେ
ସହିଛି ମୋହର
ଦେଖିଛି ମୋ ହସ ଲୁହ
ଆଲୁଅ ଅନ୍ଧାର ।
କୁନି କୁନି ପିଲାଙ୍କର
ମନଜିଣା ସ୍ବର
ମାଆ ଡାକ ବାପା ଡାକ
କେତେ ଯେ ମଧୁର ।
ବିଭୁଙ୍କର କୃପା ବାରି
ବହୁ ନିରନ୍ତର
ଶେଷ ନିଶ୍ଵାସରେ ମୋର
ଥାଉ କୋଳ ତାର ।