STORYMIRROR

Hasyamayee Raj

Tragedy

4  

Hasyamayee Raj

Tragedy

ଭିନ୍ନ ଏକ ମା

ଭିନ୍ନ ଏକ ମା

1 min
331

ଅନେକ୍ ହିସାବ ନିକାଶ ପରେ

ତୋତେ ଦେଲା ଜରାୟୁରେ ସ୍ଥାନ 

ସହିଲା ଗର୍ଭ ଯନ୍ତ୍ରଣା

ଦଶମାସ ଦଶଦିନ

ଦେଲୁ କୁଆଁ କୁଆଁ ଡାକ

ଦେଖିଲୁ ଦୁନିଆ ଆଲୋକ

ହେଲେ ତୁ ହେଲୁ ଆଉ କାହାର

ତା କୋଳ ହେଲା ତୋ ପାଇଁ ସାତପର

ଜାଣିଛୁ ବାବା ! 

କିଛି ଅର୍ଥ ବଦଳରେ 

ବିକିଦେଲା ତା'ର ମାତୃତ୍ୱ 

କରିନେଲା ପୁଣି ଏହାକୁ ଜୀବନର ବ୍ରତ।


ତୋ ପାଇଁ 

ତା'ର ସବୁ ଭାବପ୍ରବଣତା ମୂଲ୍ୟହୀନ

କହିଲୁ, ଭାବନାକୁ କ'ଣ 

ବାଦ୍ ଦେଇପାରେ ବିଜ୍ଞାନ

ସେଇଥିପାଇଁ ତ ଗର୍ଭର ସନ୍ତାନ ପାଇଁ

ଜେଜେମା କହେ ପଢିବାକୁ

ମହାଭାରତ ରାମାୟଣ 

ହୁଏତ ତୋ ସହ

ନାହିଁ ତା'ର ରକ୍ତର ସଂପର୍କ

ହେଲେ ତା ଭାବନା ସହ

ତୋର କ'ଣ ମିଶି ନଥିବ ପ୍ରାଣ ।

 

ଧନରେ ! କିଏ ବୁଝିବ ତା'ର ଦୁଃଖ  

ଜାଣେନି ତୋତେ ଜନ୍ମ ଦେଇ

ସେ ପୁଣ୍ଯ କରେ କି ପାପ 

ହେଲେ ଏତିକି ଜାଣିଥା 

ତୋ ରକ୍ତର ମା ମୁହଁରେ 

ହସ ଫୁଟେଇବାକୁ 

ତା'ର ଏଇ ଭିନ୍ନ ରୂପ 

ତୁ ତାର ସନ୍ତାନ 

ହେଲେ ସେ ତୋର ଭଡାଟିଆ ମା 

ଧନ୍ଯ ଏ ବିଜ୍ଞାନ 

ଦେଇଛି ତାକୁ ଏ ନାଆଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy