STORYMIRROR

Satyabati Swain

Classics

3  

Satyabati Swain

Classics

ଅଷ୍ଟମୀ ବନ୍ଧୁ

ଅଷ୍ଟମୀ ବନ୍ଧୁ

1 min
416


ତୁମେ କି ମୋ ଅଷ୍ଟମୀ ବନ୍ଧୁ ?

ବୁଝି ନ ଥିଲା ମୋ ପିଲା ମନ

 ଏହାର ଗହନ ଅର୍ଥ।


ମାମୁଁ ଘର ନାଁ ଟି ଯଥେଷ୍ଟ

ପିଲାମାନଙ୍କ ମୁହଁରେ ହସ ଦେବା ପାଇଁ

ବୋଉ ସଂଗେ ମାମୁଁ ଘର ଯିବା ଆନନ୍ଦ

ଆଃ ଅବ୍ୟକ୍ତ ଖୁସିର ଠିକଣା ସେ ଘର ଓ ଗାଁ।


ସବୁ ପ୍ରଥମର ଅନୁଭୁତି ନିଆରା ଓ ଅଭୁଲା

ସେମିତି ପ୍ରଥମ ସନ୍ତାନର 

ଆଗମନୀ ବାର୍ତ୍ତା ହେଉ କି

ତାର ସ୍ପର୍ଶ

ବାତ୍ସଲ୍ୟ ମମତାରେ ଗୋଟା ପଣେ

ଭିଜେଇ ଦିଏ

ଦେହ, ମନ, ଓ ଜୀବନ।


ମାସ ମଧ୍ୟେ ମାର୍ଗଶିରର ସ୍ୱତନ୍ତ୍ରତା

ଝୋଟି ପକା କାନ୍ଥ

ନମସ୍ତେ କମଳା ମାଗୋ ସ୍ତୁତି

ଲିପା ପୋଛା ଖଳା ବାଡିର ହସ

ହଳଦିଆ ପାଟରେ ଧାନ କ୍ଷେତର ନମ୍ରତା

ଏବଂ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିର ଉତ୍ସାହ

ହଳଦିପତ୍ର ଅଥାର ଏଣ୍ଡୁରି ମହକରେ

ବାରି ହୋଇ ପଡେ।


ପ୍ରଥମାର ଅପଭ୍ରଂଶ ଶବ୍ଦ ପୋରୁହାଁ

ପଢୁଆଁ ବି

ପ୍ରଥମ ସନ୍ତାନର

ସ୍ୱାଗତ ଓ ଖୁସିରେ

ଅଷ୍ଟମୀ ବନ୍ଧୁ ମାମୁଁ ଘର

ନୂଆ ବସ୍ତ୍ର ତଥା ଅନ୍ୟାନ୍ୟ ସାମଗ୍ରୀ ସହ

ଶଂଖୋଳି ଆସନ୍ତି ଭଣଜା ଭାଣିଜୀଙ୍କୁ

ପ୍ରଥମ ସନ୍ତାନର ଦୀର୍ଘାୟୁ

ସର୍ଵଶୁଭ କାମନା ଅର୍ଥେ

ଏହି ଦିନ

ପୂଜା ହୁଅନ୍ତି ଜ୍ୟେଷ୍ଠା ଦେବୀ 

ଷଷ୍ଠୀ ଦେବୀ।।


ଜଗନ୍ନାଥ ସଂସ୍କୃତିରେ 

ଠାକୁର ବି ପୋଢ଼ୁଆଁ ହୁଅନ୍ତି

ମାଧବାନନ୍ଦ ମନ୍ଦିର ତାଙ୍କ ମାମୁଁ ଘର

ମା ଜଗତଜନନୀ ଲକ୍ଷ୍ମୀ ଠାକୁରାଣୀ ମଧ୍ୟ

ପୋଢୁଆଁ ହୋଇଥାନ୍ତି

ଏଇ ପ୍ରଥମାଷ୍ଟମୀରେ।


ଅଷ୍ଟମୀ ବନ୍ଧୁ 

ମାମୁଁ ଘର 

ମହଣେ ଖୁସିର ଗାଁ ।

 



Rate this content
Log in

Similar oriya poem from Classics