ଶୁଭକାମନା
ଶୁଭକାମନା
ଥାଳିରେ ସଜାଇ ରଙ୍ଗର ଅବିର
ଉଇଁଲେ ପୂର୍ଣ୍ଣମୀ ଜହ୍ନ
ରଙ୍ଗରେ ଭିଜିବ ଦେହ ଓତଃପ୍ରୋତ
ଜୀବ ତରୁ ଲତା ପ୍ରାଣ ।
ବରଷିବେ ରଙ୍ଗ ସ୍ନେହ ପ୍ରେମ ମଧୁ
ପ୍ରଭୁ ସୂର୍ଯ୍ୟ ନାରାୟଣ
ଚୋରାଇବ ଚିତ୍ତ ଚଇତି ମଳୟ
ବୋଳିବ ଫଗୁ ଫଗୁଣ ।
ପତ୍ର ଫଳ ପୁଷ୍ପେ ପଲ୍ଲବି ଉଠିବ
ସବୁଜ ସୁନ୍ଦର ସ୍ୱପ୍ନ
ଚାଲୁଛି ଚାଲିବ ନୈମିତ୍ତିକ ନିତ୍ୟ
ଜୀବନର ଜୟଗାନ ।
ସଞ୍ଜୀବିତ ହେଉ ସୁରଭିତ ହେଉ
ଜୀବନରେ ଭରୁ ରଙ୍ଗ
ଉନ୍ମେଷୁ ସଙ୍କଳ୍ପ ଭାବ ସୁମଙ୍ଗଳ
ଶାନ୍ତି ମୈତ୍ରୀ ବିଶ୍ଵ ପ୍ରେମ ।
ରଙ୍ଗ ମହୋତ୍ସବ ସମଗ୍ର ବିଶ୍ୱକୁ
ଜଣାଏ ଶୁଭ କାମନା
ଅନ୍ଧ ଅହଙ୍କାର ନୁହେଁ ସନାତନ
ମଙ୍ଗଳ କୃଷ୍ଣ ଚେତନା ।
-------------