Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବୀରେନ୍ କୁମାର ବେହେରା

Abstract Children

3  

ବୀରେନ୍ କୁମାର ବେହେରା

Abstract Children

ଆସିଲା ଶୀତ ମାଉସୀ

ଆସିଲା ଶୀତ ମାଉସୀ

1 min
142


ହେମନ୍ତ ଋତୁଟା ଫେରି ଯାଉଯାଉ,

ପହଞ୍ଚିଲା ଆସି ଶୀତ ।

ଏହି ଋତୁରେ ବା ଛୋଟ ହୁଏ ଦିନ,

ବଡ ହୋଇଥାଏ ରାତ୍ର ।।

ବଡ ପୁଅ ଝିଅ ହୁଅନ୍ତି ପୋଢୁଆଁ,

ପୋଢୁଆଁ କରନ୍ତି ମାମୁଁ ।

ଏଣ୍ଡୁରୀ ପିଠା ହିଁ ହୁଏ ଘରେ ଘରେ,

ବିଷାଦ ହଟଇ ମନୁ ।।

ସରସ୍ଵତୀଙ୍କର ପୂଜା ହୋଇଥାଏ,

ଶୀତର କୁସୁମ ମେଳେ ।

ଛାତ୍ରଛାତ୍ରୀ ସବୁ ଅରଜନ୍ତି ଜ୍ଞାନ ,

ମା' ଙ୍କ ଆଶିଷ ବଳେ ।।

ବୋଇତ ବନ୍ଦାଣ ବାଲିଯାତ୍ରା ହୁଏ,

ଅମଳ ହୁଅଇ ଶସ୍ଯ ।

ବରଷର ଦାନା ସାଉଁଟେ କୃଷକ,

ହୋଇ ସିଏ ହସହସ ।।

ପାଣିର ସ୍ପର୍ଶକୁ ଡରିଥାଉ ଆମେ,

ନିଆଁକୁ ଆଦରି ବେଶୀ ।

ପନିପରିବା ଓ ଫୁଲ ଭରିଯାଏ,

ଆସିଲା ଶୀତ ମାଉସୀ ।।


Rate this content
Log in

Similar oriya poem from Abstract