Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବୀରେନ୍ କୁମାର ବେହେରା

Inspirational Children

3  

ବୀରେନ୍ କୁମାର ବେହେରା

Inspirational Children

ପ୍ରେରଣା ହିଁ ଦିଏ ଶକ୍ତି

ପ୍ରେରଣା ହିଁ ଦିଏ ଶକ୍ତି

1 min
172


ସବୁ କାର୍ଯ୍ୟ ପାଇଁ ପ୍ରେରଣା ହିଁ ବଡ,

ଆଗକୁ ଆଗେଇ ନିଏ ।

ପଛରେ କାହାର ରହିଲେ ପ୍ରେରଣା,

ସଫଳତା ମିଳିଥାଏ ।।


କବିତା ହେଉ ବା ହେଉ ସେ ପ୍ରବନ୍ଧ,

ହେଉ ଉପନ୍ୟାସ ଗଳ୍ପ ।

ଏ ଲେଖା ପଛରେ କାହାର ପ୍ରେରଣା,

ରହିଥାଏ ଅଳ୍ପ ଅଳ୍ପ ।।


ପ୍ରେରଣା ରହିଲେ ଲେଖାଟି ନିଶ୍ଚୟ,

ଛୁଇଁଯାଏ ହୃଦୟକୁ ।

ସେହି ଲେଖା ଦିନେ କିଣିନେଇଥାଏ,

କୋଟି ଜନମାନସକୁ ।।


ବିନା ପ୍ରେରଣାରେ ଲେଖାଟିଏ କେବେ,

ନ ହୁଏ ହୃଦୟସ୍ପର୍ଶୀ ।

ପ୍ରେରଣା ଥିଲେ ତ ଅଳ୍ପ ସମୟରେ,

ଲେଖିହୁଏ ବେଶି ବେଶି ।।


ପ୍ରେରଣା କେବଳ ସୃଷ୍ଟି କରିଥାଏ,

ମନରେ ସ୍ନେହ ଓ ଭକ୍ତି ।

ମନଛୁଆଁ ଲେଖା ଲେଖିବା ପାଇଁ ତ,

ପ୍ରେରଣା ହିଁ ଦିଏ ଶକ୍ତି ।।



Rate this content
Log in

Similar oriya poem from Inspirational