STORYMIRROR

Prusty Bilasini

Inspirational

3  

Prusty Bilasini

Inspirational

ମାଆ ଓ ଶାଶୁ

ମାଆ ଓ ଶାଶୁ

1 min
277

ମାଆ ମୋ ଦେବକୀ ଶାଶୁମାଆ ଯଶୋଦା

ଦୁହେଁ ମାଆ କଲ୍ୟାଣମୟୀ

ମାଆ ଦେଇଥିଲେ ସ୍ନେହ ଶ୍ରଦ୍ଧା ଭରି

ଶାଶୁ ମାଆ ପ୍ରେରଣା ଦାୟୀ


ଶାଶୁ ଘର ମୋର ସରଗଠୁ ବଳି

ଯେଁଉଠି ମିଳିଛି ଶିକ୍ଷା

ଶାଶୂଙ୍କର ଗାଳି ଆଦର୍ଶର ମନ୍ତ୍ର

ଦେଇଛନ୍ତି ଗୃହ ଦୀକ୍ଷା


ପରିବାର ଲାଗି ମମତାମୟୀ ମାଆ

ଶିଖାନ୍ତି ଘର କରଣା

ସମ୍ପର୍କରର ବାର୍ତ୍ତା ଶିକ୍ଷା ଦେଲେ ପୁଣି

ଶିଖାଇ ଦେଲେ ସଣ୍ଠଣା


ହାତେ ହାତ ଯୋଡ଼ି ଦେଲେ ଘର ଗଢି

ଅତୁଟ ବନ୍ଧନେ ବାନ୍ଧି

ଆତ୍ମା ଶାନ୍ତି ବାର୍ତ୍ତା ସ୍ନେହ ପ୍ରେମ ଶ୍ରଦ୍ଧା

ମମତାରେ ଦେଲେ ଛନ୍ଦି


ମାଆ ଶିକ୍ଷା ଦେଲେ ଗଢ଼ିବୁ ରେ ଘର

ହୋଇଲେ ତୁଠ ପଥର

ଜନ୍ମ ଦେଲି ସିନା କର୍ମ ଗଢିବୁ ତୁ

ଘର ତୋର ଶାଶୁଘର


ଶାଶୁ ନୁହେଁ ତୋର ମାଆ ସେ ଅଟନ୍ତି

ତାଙ୍କ କଥା ମାନି ଥିବୁ

ଜୀବନ ଆରମ୍ଭ ତାଙ୍କଠୁ ଶିଖିବୁ

ମଥା ପାତି ସହିନେବୁ


ଶାଶୁ ମାଆ କୁହନ୍ତି ସହନ ଶକ୍ତିରେ

ଗଢିବୁ ସୁନା ସଂସାର

ସ୍ନେହ ମମତାରେ ଛନ୍ଦି ଦେଲେ ଥରେ

ପର ହେବେ ଆପଣାର


ମାଆଙ୍କୁ ପ୍ରଣାମ ଶାଶୁଙ୍କୁ ପ୍ରଣାମ

ଦୁହିଁଙ୍କ ଆଶିଷ ବାରି

ତାଙ୍କ ଆଶୀର୍ବାଦ ପଥ ପ୍ରଦର୍ଶକ

ସଂସାର ହୋଇବି ପାରି

ସଂସାର ହୋଇବି ପାରି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational