Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prusty Bilasini

Inspirational

4.5  

Prusty Bilasini

Inspirational

ସେବା

ସେବା

1 min
269



ସେବାରେ ରହିଛି ଅଶେଷ ଆନନ୍ଦ

ସେବା ବଳେ ମିଳେ ଶାନ୍ତି

ପିତାମାତା ସେବା କରୁଥିଲେ ନିତି

ମିଳଇ ଶାନ୍ତି ଓ ଭକ୍ତି l

ଗୁରୁ ଗୁରୁଜନ ଉପଦେଶ ଦେଲେ

ମାନିଲେ ହୁଏ ମଙ୍ଗଳ

ଦୁଃଖୀ ଦରିଦ୍ରଙ୍କୁ ସେବା କରୁଥିଲେ

ମିଳେ କୋଟି ତୀର୍ଥ ଫଳ l

ରୋଗୀ ସେବା କରୁଥିଲେ ନିତିଦିନ

କରନ୍ତି ଯଦି ଆଶିଷ

ମାନବ ଜୀବନ ସଫଳ ହୁଅଇ

ମିଳେ ବୈକୁଣ୍ଠରେ ବାସ l

ଦୁଃଖି ଜନ ମନ କଥା ବୁଝୁଥିଲେ

ଈଶ୍ୱର ହୁଅନ୍ତି ଶାନ୍ତି

ସେବାରେ ରହିଛି ଅସୀମ ଆନନ୍ଦ

ମିଳେ ଗତି ମୁକ୍ତି ଭକ୍ତି l

କାମନା ବାସନା ଦୂର କରି ମନୁ

ଜିବେ ଦୟା ଭାବ ରହି

ସ୍ନେହ ଶ୍ରଦ୍ଧା ଭରି ଦିଅନ୍ତୁ ସରବେ

ଜୀବନ ସାର୍ଥକ ହୋଇ l

ସେବା ଓଲଟାଇ ରଖିଦେବା ଯଦି

ମହ ମହ ହୋଇ ବାସେ

ସେବାରେ ଭରିଛି ଅସୀମ ଆନନ୍ଦ

ଲଭିବ ଆତ୍ମା ସନ୍ତୋଷେ

ଲଭିବ ଆତ୍ମା ସନ୍ତୋଷେ ।।


Rate this content
Log in

Similar oriya poem from Inspirational