STORYMIRROR

Prusty Bilasini

Inspirational

3  

Prusty Bilasini

Inspirational

ଅକୁହା କଥା

ଅକୁହା କଥା

1 min
265


ମୋ ଘର ମନ୍ଦିର ସଜାଇ ଥିଲି ମୁଁ

କେତେ ଆଶା ସ୍ବପ୍ନ ନେଇ

ଜାଣି ମୁଁ ନଥିଲି ଝଲସାଏ ବର୍ଷା

ଦେବ ବୋଲି ତାକୁ ଧୋଇ

ଗୁନ୍ଥି ଥିଲି ସ୍ନେହ ତୁଳସୀ ପତରେ

କଦଳୀ ପଟୁଆ ଦେଇ

କାହୁଁ ଆସିଲା ଏ ବାଦୁଆ ଝାଞ୍ଜିଟା

ମାଳ ମୋ ଦେଲା ଶୁଖାଇ

ଗୁନ୍ଥି ଥିଲି ଚମ୍ପା ଦୟଣାର ମାଳ

ପେନ୍ଥା ପେନ୍ଥା ମଲ୍ଲି ଦେଇ

ଅଦିନିଆ ଝଡ଼ ଛଞ୍ଚାଣ ପରିକା

ତାକୁବି ନେଲା ଉଡେଇ

ନେନ୍ତି ନେନ୍ତି ହୋଇ ଝରା ବଉଳ ମୋ

ଗଛୁ ପଡ଼ୁଥିଲା ଝଡି

କୁଆଡୁ ଆସିଲା ଅଦିନ କୁହୁଡ଼ି

ସବୁଯାକ ଦେଲା ଝାଡି

ମନ୍ଦିର ତୋଳିଲି ମାଳାବି ଗୁନ୍ଥିଲି

ଅଧାରେ ରହିଲା ସବୁ

ଅକୁହା କଥା ମୁଁ କା ଆଗେ କହିବି

ଦିନସରେ ଭାବୁ ଭାବୁ

ଆଶାଠୁ ଅଧିକ ନୀୟତିର ଇଛା

ଆଜିମୁଁ ପାରିଛି ଜାଣି

ଅକୁହା କଥା ମୋ ଅଧାରେ ରହିଲା

ଦିନ ଯାଏ ଗଣି ଗଣି

ଦିନ ଯାଏ ଗଣି ଗଣି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational