Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prusty Bilasini

Inspirational

4.5  

Prusty Bilasini

Inspirational

ଗୃହଲକ୍ଷ୍ମୀ

ଗୃହଲକ୍ଷ୍ମୀ

1 min
270



ସଦାଚାର ନୀତି ଆଦର୍ଶ ସମ୍ପତ୍ତି

ସହନ ଶକ୍ତିଯା ପାଶେ

ସେବା କାର୍ପଣ୍ୟ ରେ ମନ ଜିଣିଥାଏ

ପରିବାର ଯହିଁ ହସେ ।


ଅମାନ୍ୟ ନକରି ସମାନ ଦୃଷ୍ଟିରେ

ବାଣ୍ଟଇ ହସ ଆଦର

ପରକୁ ନିଜର କରେ ଆପଣାର

ହସି ଉଠେ ପରିବାର ।


ନରଖଇ ସ୍ବାର୍ଥ ସେବାରେ ଯଥାର୍ଥ

ନୀର୍ଲୋଭ ପରୋପକାରୀ

ମିଷ୍ଟ ଭାଷି ବନ୍ଧୁପ୍ରିୟ ମନୋଭାବ

ପାରେ ଆପଣାର କରି ।


କର୍ମ ଚଞ୍ଚଳତା ନଥାଏ ତିକ୍ତତା

ଏକତା ସୂତ୍ରରେ ଧରି

ସ୍ନେହ ଶ୍ରଦ୍ଧା ଜନେ ବାଣ୍ଟି ସେ ଦିଅଇ

ଅଭିମାନ ଦୂର କରି ।


ସମ୍ପତ୍ତି ବିପତ୍ତି ସମାନ ଦୃଷ୍ଟିରେ

ନକରଇ କେବେ ଦ୍ଵନ୍ଦ

ଶତ୍ରୁ ସାଥେ ମିତ୍ର ଭାବେ ବ୍ୟବହାର

ନଚିନ୍ତଇ କାର ମନ୍ଦ ।


ପତି ପୁତ୍ର କନ୍ୟା ପ୍ରିୟା ପ୍ରୀତି ଭାବେ

ବାଣ୍ଟି ଦେଇ ସଦଭାବ

ସେ ଘର ଅଗଣା ମହ ମହ ବାସେ

ଦୂରେ ରୁହଇ ଅଭାବ ।


ସ୍ବାମୀ ପାଶେ ମନ୍ତ୍ରୀ ବୁଦ୍ଧି ଜ୍ଞାନଦାତ୍ରୀ

ପରିବାରେ ସେନାପତି

ଗୁରୁ ଗୁରୁଜନ ହୃଦୟ ଜିଣଇ

ସଂସାରେ ଭରଇ ଶାନ୍ତି ।


ପତିବ୍ରତା ଧର୍ମ ଆଦର୍ଶ ଗୃହିଣୀ

ସେତ ପରିବାର ଲକ୍ଷ୍ମୀ

ସତ୍ୟ ଶାନ୍ତି ଦୟା କ୍ଷମା ଚାରିଗୁଣ

ଅଟଇ ସେ ଗୃହଲକ୍ଷ୍ମୀ ।


Rate this content
Log in

Similar oriya poem from Inspirational