STORYMIRROR

Prusty Bilasini

Inspirational

4  

Prusty Bilasini

Inspirational

ଆଦର୍ଶ ଜୀବନ

ଆଦର୍ଶ ଜୀବନ

1 min
349

ସେବାରେ ରହିଛି ଆଦର୍ଶ ଜୀବନ

ମହ ମହ ହୋଇ ବାସେ

ସ୍ନେହ ପ୍ରେମ ଶ୍ରଦ୍ଧା ବାଣ୍ଟି ଦେଉଥିଲେ

ଆଶିଷ ବାରି ବରଷେ

ବ୍ୟବହାର ସ୍ୱଚ୍ଛ ବଚନେ ମଧୁର

ମୋହି ନିଏ ଜନ ମନ

ଗୁରୁ ଗୁରୁଜନ ସେବା କରୁଥିଲେ

ମିଳେ ଶାନ୍ତିର ସନ୍ଧାନ

ଅସହାୟ ବ୍ୟକ୍ତି ସାହାଯ୍ୟ କରେ ଯେ

ବିନା ସଙ୍କୋଚ ଦ୍ୱିଧାରେ

ପିତା ମାତା ସେବା କରୁଥିଲେ ନିତି

ଧର୍ମର ବାସ ସେଠାରେ

ଗୁରୁ ଗୁରୁଜନ ଉପଦେଶ ଦେଲେ

କାର୍ଯ୍ୟ କରେ ମଥା ପାତି

କ୍ରୋଧ ଦୂର କରି ସେବା କରୁଥିଲେ

ମିଳେ ପୁଣ୍ୟ ଯଶକୀର୍ତ୍ତି

ତ୍ୟାଗ କଲେ ମିଳେ ଶାନ୍ତିର ସନ୍ଧାନ

ମିଳଇ ବିଭୂ ଆଶିଷ

ପ୍ରତି ସନ୍ତାନଙ୍କ ପାଇଁ ମାତା ପିତା

ମୁଖେ ଭରିଥାଏ ହସ

ଯିବେ ଦୟା ଭାବ ପ୍ରୀତିରେ ବାନ୍ଧବ

ଓଠେ ଟିକେ ନାଲି ହସ

ବାକ୍ୟ ବ୍ୟବହାର ସ୍ୱଚ୍ଛ ବଚନରେ

ମୁଖେ ମଧୁର ପିଉସ

ନିର୍ମଳ ହୃଦୟ କ୍ରୋଧ ପରିହରି

ସଭିଙ୍କୁ କରେ ନିଜର

ପର ଦୁଃଖ ଦେଖି ଆଶ୍ଵାସନା ଦେଇ

ସୁମଧୁର ବ୍ୟବହାର

ସତ୍ୟ ଶାନ୍ତି ଦୟା କ୍ଷମା ଚାରିଗୁଣ

ହୃଦୟରେ ଯଦି ଥିବ

ଯେତେ ଦୁଃଖ ଆସୁ ନିଜେ କଷ୍ଟ ସହି

ବାଣ୍ଟି ଦିଏ ସଦଭାବ

ଉଚ୍ଚ ମନୋବୃତ୍ତି ସ୍ୱଚ୍ଛ ଚିନ୍ତା ଧାରା

ଅଟେ ଆଦର୍ଶ ଜୀବନ

ନିଜେ ଦୁଃଖ ସହି ଅନ୍ୟକୁ ହସାଏ

ମିଳିଥାଏ ସବୁ ପୁଣ୍ୟ

ଏହା ଆଦର୍ଶ ଜୀବନ

ଏହା ଆଦର୍ଶ ଜୀବନ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational