ପୌରୁଷତ୍ବ
ପୌରୁଷତ୍ବ
ଭୋଗ ବିଳାସ କି ଐଶ୍ୱର୍ଯ୍ୟ ସମ୍ପତ୍ତି
ନୁହେଁ ତୁମ ପୌରୁଷତ୍ବ
ଧ୍ଵଂସ ବିଧ୍ଵଂସ ଏ ଧରଣୀର ରକ୍ଷା
ତୁମ କର୍ତ୍ତବ୍ୟ ଦାଇତ୍ୱ ।
ଶୃଙ୍ଖଳା ମମତା ହଜୁଛି ସମାଜୁ
ଭରି ସୁରକ୍ଷା ସାହାସ
ଜନ୍ମଭୂମି ଆଉ ଜନନୀ ମୁଖରେ
ଫେରାଅ ପୂରୁବ ହସ।
ସରଗଠୁ ବଳି ରାଇଜ ଆମର
ହୋଇଲାଣି ଶିରି ହିନ
ଭ୍ରୁଲୁଣ୍ଠିତ ଆଉ ଧର୍ଷଣ ବଢ଼ଇ
ନୀରବ କି ସମାଧାନ ।
ପୁରୁଷ ହୋଇଛ ଭିରୁ ସାଜିଅଛ
ସବୁ ଜାଣି ଵି ଅଜଣା
କାହିଁକି ସମାଜେ ଏ ମାଟିର ଧନ
ହେଉଛି ବାଟ ମାରଣା ।
ଚିତ୍କାର କରୁଛ ବୀର ପୁତ୍ର ବୋଲି
କାହିଁକି ସାଜିଛ ଭୀରୁ
କଳଙ୍କିତ ଆଜି ମାନବ ସମାଜ
ପୁରୁଷ ହୋଇକି କରୁ ।
ମଦ ମାଂସ ନାରୀ ଖେଳୁଛନ୍ତି ହୋରୀ
ଅସହାୟ ଏ ଜୀବନ
ମମତା ମରଣ କରଇ ସଂଘର୍ଷ
ଧିକ୍କାର ପୁରୁଷ ଜନ୍ମ ।
ଭୁଲି ଯାଉଅଛ କର୍ତ୍ତବ୍ୟ ତୁମର
ଦେଖାଉଛ ବଡ ପଣ
ଧନ୍ୟ ପୌରୁଷତ୍ୱ ପୁରୁଷ ପଣିଆ
ମା ହରାଉଛି ମାନ
ମାଟି ଆଜି ଶିରି ହିନ ।