STORYMIRROR

Prusty Bilasini

Inspirational

3  

Prusty Bilasini

Inspirational

ପତି ପତ୍ନୀ

ପତି ପତ୍ନୀ

1 min
278

ପତିପତ୍ନୀଙ୍କ ସମ୍ପର୍କ ଗଢା ବିଶ୍ଵାସରେ

ବିଶ୍ୱାସ ତୁଟିଲେ ମନେ

ସନ୍ଦେହଟି ଭରେ

ସ୍ନେହ ପ୍ରେମ ବାଣ୍ଟି ଦେଇ

ଗଢ଼ିଲେ ସଂସାର

ଘର ହୋଇଥାଏ ସତେ ଅବା

ଶ୍ରୀମନ୍ଦିର

ପୁତ୍ରକନ୍ୟା ନେଇ 

ସୁନା ସଂସାର ଗଢନ୍ତି

ପିତାମାତା ସେବା କରି

ଲଭିଥାନ୍ତି ଶାନ୍ତି

ଘର ହୋଇଯାଏ ସ୍ୱର୍ଗ ଅବା

ଶ୍ରୀମନ୍ଦିର

ପରଷ୍ପର ସ୍ନେହ ବାଣ୍ଟି କରିଲେ

ଆଦର

ଦୂର ହୋଇଯାଏ ଦୁଖ ମନେ ଭରେ ଶାନ୍ତି

ଯେତେ ବାଧାବିଘ୍ନ ଆସୁ ନଥାଏ ଅଶାନ୍ତି

ଯେଁଉ ଘରେ ପତିପତ୍ନୀ ରଖନ୍ତି ଏକତା

ସେ ଘର ହୁଅଇ ସ୍ୱର୍ଗ ନଥାଏ ଟି ଚିନ୍ତା

ପରଷ୍ପର ସ୍ନେହ ଶ୍ରଦ୍ଧା ବାଣ୍ଟି ଚାଲିଥାନ୍ତି

ଲକ୍ଷ୍ମୀ ନାରାୟଣ ତହିଁ ବିଜୟ କରନ୍ତି

ପ୍ରଥମରେ ବିଶ୍ୱାସକୁ ଦେଇଥିଲେ ଧ୍ୟାନ

ସେ ଘର ହୁଅଇ ସ୍ୱର୍ଗ ବୈକୁଣ୍ଠ ସମାନ   

 ଯେତେ ବାଧାବିଘ୍ନ ଆସୁ କ୍ଷଣକେ ମିଳାଏ

ଝଡଝଞ୍ଜା ବାଧାବିଘ୍ନ ଦୂର ହୋଇଥାଏ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational