STORYMIRROR

Kalandi pal

Inspirational

3  

Kalandi pal

Inspirational

ସେବା

ସେବା

1 min
192

ଅନ୍ୟ ଜୀବନରେ  ସୁଖ ଭରିବାରେ 

    ଉତ୍ସର୍ଗ କରେ ଜୀବନ 

ପାଇବାର ଆଶା  କି ଅବା ପ୍ରଶଂସା 

     ପାଇଁ ବଳାଏ ନି ମନ ।


ନିଃସ୍ୱାର୍ଥପରତା    ମନେ ଏକ ଚିନ୍ତା 

    ପର ଦୂଃଖେ ଦୁଃଖୀ ଯେହୁ

ସଭିଙ୍କୁ ଦେଖଇ      ନିଜର ପରାଏ

    ଭେଦ ଭାବ ଭୁଲି ସେହୁ ।


ଅସହାୟେ ଦାନ କିବା ସେବା କର୍ମ 

    ଯଥୋଚିତ ଯଥାସାଧ୍ୟ 

ତା ଦୁଃଖ ଅଧରେ ହସ ଫୁଟେ ଧାରେ 

     ଘୁଞ୍ଚେ ମନୁ ଅବସାଦ ।


ଅକ୍ଷମ ଅଜ୍ଞାନେ   ନ ଦେଖିବ ଭିନ୍ନେ 

    ତା ମଧ୍ୟେ ନିଜକୁ ଦେଖେ 

ତା ଦୁଃଖ ଆଦରି    ପାଏ ସୁଖ ଶିରି

    ସୁଖ ଦେଖି ତାର ମୁଖେ ।


ଲଭେ ତା କଲ୍ୟାଣ  ତା ଜୀବନ ଧନ୍ୟ

     ହୁଅଇ ମର୍ତ୍ତ୍ୟ ମଣ୍ଡଳେ 

ଏଇ ସେବା ଫଳ     ଲଭନ୍ତି ସୁ ନର 

    ଯେ ସେବା ବ୍ରତ ଆଚରେ ।


କାୟ ମନୋବାକ୍ୟେ ସର୍ବ ମନ ତୋଷେ

    ଯେ ହୁଅଇ ମିଷ୍ଠ ଭାସି

ସେବା ଅନ୍ୟ ନାମ     ତା ମିଷ୍ଠ ବଚନ 

     ସର୍ବ ହୃଦେ ଥାଏ ବସି ।


ଅନାଥା ଆଶ୍ରମ      କିବା ବୃଦ୍ଧାଶ୍ରମ

    ଅସହାୟେ ହୁଏ ସାହା 

ମଧୁର ପରଶେ      ପ୍ରାଣ ହସି ଉଠେ

     ପ୍ରଶଂସାର ବହେ ବାଆ ।


Rate this content
Log in

Similar oriya poem from Inspirational