STORYMIRROR

Lingaraja Dash

Inspirational

3  

Lingaraja Dash

Inspirational

ମାଣିକ ପାଟଣା ଦହି

ମାଣିକ ପାଟଣା ଦହି

1 min
205

ଆସ କିଏ ସେ ଖାଇବ ହେ

   ମାଣିକ ପାଟଣା ଦହି 

ଯେଉଁ ଦହି ଖାଇ କଳା ଧଳା ଭାଇ

   ମୁଦି ଯାଇଛନ୍ତି ଦେଇ 

ଆସ କିଏସେ ଖାଇବ------

ଖଣ୍ଡ ଖଣ୍ଡ ଦହି  ମୁଣ୍ଡା ମୁଣ୍ଡା ଦହି

  ଖାଣ୍ଟି ଗୋରସରୁ ମୁହିଁ 

ଅତି ଯତନରେ  ତିଆରି କରିଛି

  ହାତ ପାତି ଦେଲେ ଖାଇ।

ଆସ କିଏ ସେ ଖାଇବ----------

କାଞ୍ଚି ଅଭିଯାନେ  ଜଗତ ଠାକୁର

   ଗଉଡୁଣୀ ଦହି ଖାଇ 

ନାମ ରଖିଥିଲେ  ମାଣିକପାଟଣା

   ଭାଗ୍ୟରେ ଥିଲେ ମିଳଇ।

ଆସ କିଏସେ ଖାଇବ----------

ଧନ୍ୟ ଜଗନ୍ନାଥ  ଧନ୍ୟ ତୋ ଭକତ

   ଭକତିରେ ବନ୍ଧା ତୁହି 

ଛାର ଗଉଡୁଣୀ  ଦ‌ୁହି ଖୁଆଇଣ

  ଅମର ଗଲା ସେ ହୋଇ।

ଆସ କିଏସେ ଖାଇବ ହେ ମାଣିକପାଟଣା ଦହି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational