STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ଅଚିହ୍ନା ମୁହଁ

ଅଚିହ୍ନା ମୁହଁ

2 mins
143

ମାଆ ଗରଭରୁ ଯେବେ କର୍ମଫଳ ନେଇ  

ହୋଇଲି ଜନମ ଏଇ ସୁନ୍ଦର ଧରାଧାମେ

ଆଖି ଖୋଲି ଦେଖିଲି ଯେବେ ଆଲୁଅ 

କୁଆଁ କୁଆଁ କାନ୍ଦୁଥିଲି କେତେ ବିକଳେ

ସବୁ ଲାଗୁଥିଲା ନୂଆ ନୂଆ ଅଚିହ୍ନା ମୁହଁ  

ମମତାମୟୀ ମାଆର କୋଳେ ଶୋଇ 

ପାଇଲି ସେନେହ ଶରଧା ଆଦର ଅତୁଳନୀୟ 

ତା'ଠାରୁ ପିଇଲି ଅମୃତମୟ କ୍ଷୀର 

ଦେଖି ତା' ହସ ହସ ମୁହଁ ଶୁଣି ମଧୁର ଡାକ 

ଅଚିହ୍ନା ମୁହଁରୁ ସେ ଚିହ୍ନା ହେଲା ମୋର

ଜାଣିଲି ମାଆକୁ ମୁଁ ଜୀବନେ ପ୍ରଥମ ଥର। 

ଧୀରେ ଧୀରେ ପରିବାର ପୋଡିଶା ସବୁ 

ଅଚିହ୍ନାରୁ ଚିହ୍ନା ମୁହଁ ହେଲେ ବାନ୍ଧିଲି ସମ୍ପର୍କ

ଆଜି ଯାଏଁ ଯା' ଯା' ଠାରୁ ପାଇଛି ଯେତେ 

ହୃଦୟ ଭରା ଶୁଭେଚ୍ଛା ଆଶୀର୍ବାଦ 

ଗୁରୁ ଗୁରୁଜନ ସଭିଏଁ ଶୁଭାକାଂକ୍ଷୀ ମୋର  

ସାନ ଯେତେ ମୋ ପ୍ରିୟ ଭାଇ ଭଉଣୀ 

ସୁଖେ ଦୁଃଖେ ସାଙ୍ଗସାଥୀ ମୋ ସହଚର 

ତାଙ୍କ ସାଥେ ଅନାବିଳ ଅତୁଟ ସଂପର୍କ ମୋର। 

ସେମାନେ ହୋଇଥିଲେ ବି ଲହୁ କି ଲୁହର 

ଥିଲେ ମୋ ପାଶେ ଅଜଣା ଅଚିହ୍ନା ଲୋକ 

ଅଚିହ୍ନା ମୁହଁରୁ ଚିହ୍ନା ହେଲା ପରେ ପରେ 

ଅନ୍ତରରେ ସାଇତି ରଖିଛି ସେମାନଙ୍କୁ  

ଯେଉଁମାନେ ଥିଲେ ଦିନେ ଅଜଣା ଅଚିହ୍ନା 

ଆଜି ଲାଗନ୍ତି ସମସ୍ତେ ଆପଣାର ଆପଣାର। 

ଛନ୍ଦ କୂଟ କପଟରେ ଆସିଛି ଯିଏ ଅଚିହ୍ନା ମୁହଁ 

ମୋ ସଂସ୍ପର୍ଶରେ କରିବାକୁ ତା' ସ୍ୱାର୍ଥ ସିଦ୍ଧି 

ଚିହ୍ନା ପରେ ବି ସେ ହୋଇ ଯାଇଛି ଅଚିହ୍ନା ମୁହଁ 

ମନରୁ ହୃଦୟରୁ ଦୂରେଇ ଦେଇଛି ତାକୁ 

ସବୁ ଦିନ ପାଇଁ ଏକ ଅଲୋଡା ମଣିଷ ଭାବି  

ଭାବ ଦିଆନିଆ ଆଚରଣେ ଉଚ୍ଚାରଣେ 

ବିପଦେ ଆପଦେ ମିଳାନ୍ତି କାନ୍ଧକୁ କାନ୍ଧ 

ସେ ପରି ହୃଦୟବାନ ଅଚିହ୍ନାରୁ ହୁଏ ଚିହ୍ନାମୁହଁ 

କୁଳ ଗୋତ୍ର ବଂଶ ଆଭିଜାତ୍ୟ ନ ଜାଣି 

ଅଚିହ୍ନା ଅଜ୍ଞାତଙ୍କୁ ଦେଲେ ହୃଦୟେ ସ୍ଥାନ 

ଅନେକ ସ୍ଥଳେ ହୋଇପାରେ ବିପଦର କାରଣ। 

ସୁନାକୁ ପରଖିଲା ପରି ସୁନା କାରିଗର 

ପ୍ରକୃତ ମଣିଷ ପରଖି ନେଇ ଅସଲ ମଣିଷ 

ଅଚିହ୍ନାରୁ ଚିହ୍ନା ମୁହଁ ହୋଇ ଗଢେ ବନ୍ଧୁତା 

ପୁଣି ଅତୁଟ ପବିତ୍ର ବନ୍ଧନର ମଧୁର ସମ୍ପର୍କ

ଆଉ ନ ଥାଏ ଶଙ୍କା ସନ୍ଦେହ ଅବିଶ୍ୱାସ 

ଅବା ଛଳନା ପ୍ରତାରଣାର ତିଳେ ସମ୍ଭାବନା  

ସୃଷ୍ଟିର ନିୟମ କହେ ହେଲେ ଶ୍ରୀରାମ

ତାକୁ ମିଳେ ଭରତ ଲକ୍ଷ୍ମଣ ଶତ୍ରୁଘ୍ନଙ୍କ ପରି 

ଏକ ମନ ପ୍ରାଣ ଆତ୍ମାର ଭ୍ରାତା ବନ୍ଧୁ ବାନ୍ଧବ 

ସୀତାଙ୍କ ପରି ସତୀ ପତିବ୍ରତା ଧର୍ମପତ୍ନୀ। 

ଚିହ୍ନା ଲୋକ ବି କେବେ କେବେ ହୁଅନ୍ତି 

ବିଶ୍ୱାସଘାତକ ବେଇମାନ କ୍ଷତିକାରକ 

ଅଚିହ୍ନା ଅଜଣା ବ୍ୟକ୍ତି ବି ହୋଇ ପାରନ୍ତି 

ଦେବଦୂତ ସମ ଆଶାତୀତ କଲ୍ୟାଣକାରୀ  

ବେଦାନ୍ତର ସିଦ୍ଧାନ୍ତ ଦିଏ ଉଚିତ ପରାମର୍ଶ 

ପ୍ରାରବ୍ଧର ପାପ ପୁଣ୍ୟ ବଳେ ବ୍ୟକ୍ତି ଲଭେ 

ତାର ଫଳାଫଳ କରିବାକୁ ନିଜର ସଂସ୍କାର 

ଭୁଲ୍ ସୁଧାରି ଚାଲିଥିଲେ ଆସେ ଆନନ୍ଦ 

ଚିହ୍ନା କି ଅଚିହ୍ନା ମୁହଁ ବିଗାଡି ପାରନ୍ତିନି କିଛି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational