STORYMIRROR

ସନାତନ ଦାସ

Inspirational

3  

ସନାତନ ଦାସ

Inspirational

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
279

ଜଗତର ନାଥ ଜଗନ୍ନାଥ ସେ

ସଭିଙ୍କ ପ୍ରିୟ ଜଗା,

ଦୁନିଆଁ ଚାଲିଛି ତା ଆଦେଶରେ

ଧରିଛି ହାତରେ ପଘା..!!


ଓଡ଼ିଶାର ସିଏ ମଉଡ ମଣି

ସାତ ସିନ୍ଦୁକ ର ମୋତି,

ପୂଜିତ ଆଜି ସେ ସାରା ଜଗତେ

ଗର୍ବିତ ଓଡ଼ିଆ ଜାତି..!!


ଷାଠିଏ ପଉଟି ଭୋଜନ ତାହାର

ଛପନ ପ୍ରକାର ଭୋଗ,

କେଉଁ ରୋଷଶାଳ କହିଲ ଦେଖି

ଏମିତି କରିବ ଯୋଗ..!!


ଶରଧାବାଲି କୁ ମୁଣ୍ଡରେ ମାରିଲେ

ଦୁଃଖ କଷ୍ଟ ଚାଲିଯାଏ,

ମହୋଦଧିରେ ବୁଡ଼ ଦେଲେ ଥରେ

ସବୁ ପାପ ଧୋଇଯାଏ..!!


ଶ୍ରୀମନ୍ଦିରେ ବସିଛି କାଳିଆସୁନା

ଡାକୁଚି ଭକତ ଆସ,

ବରଷକେ ଥରେ ରଥ ଯାତରାକୁ

ଟାଣ ମୋର ନଦିଘୋଷ..!!


ଭାବକୁ ନିକଟ ସତେ ତୁହି ଜଗା

ଅଭାବକୁ କାଇଁ ଦୂର,

ଦୁଃଖୀ ଲୋକ ଦୁଃଖ ଲିଭିଯାଇଥାଏ

ନାମକୁ ଜପିଲେ ତୋର..!!


ଜଗନ୍ନାଥଙ୍କ ପାଶେ ଏତିକି ମିନତି

ଭକତଙ୍କୁ କର ଦୟା,

ତୁମ ଆଶିଷରୁ ଏଇ ଦୁନିଆରୁ

ଦୂର ହେଉ ଶୋକ ଛାୟା..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational