STORYMIRROR

ସନାତନ ଦାସ

Others

4  

ସନାତନ ଦାସ

Others

ପୁଣି ବର୍ଷା

ପୁଣି ବର୍ଷା

1 min
288

ବର୍ଷା,

ଆସିଥିଲା ବୟସର ସବୁ ପାହାଚରେ,

ଅନୁଭବ ବି ଥିଲା ଭିନ୍ନ ଭିନ୍ନ,

ବୋଉର ତାଗିଦା, 

ବାପାଙ୍କ କାନ ମୋଡା ସହ 

କେତେଟା ବର୍ଷା କଟି ଯାଇଛି,

ଗାଆଁର ସେଇ କାଦୁଆ ଧାନ ବିଲ ଆଉ ଓଳି ତଳ ପାଣିରେ..!!


ଛତା ଧରି କାନ୍ଧରେ ବସ୍ତାନି ପକାଇ 

ବାଲ୍ୟ ବନ୍ଧୁ ସହ କଚା ରାସ୍ତାରେ ,

ଜାଣି ଶୁଣି କାଦୁଅ ପାଣିରେ 

ଖୋଜ ପକାଇ ପାଠ ପଢିବାକୁ ଯିବାରେ,

କେତେଟା ବର୍ଷା ଆମ ସହ ବି ଯାଇଛି , 

କିନ୍ତୁ ଫେରିଆସିଛି ଠିକ୍ ବିଦ୍ୟାଳୟ ଦୁଆର ମୁହଁରୁ..!!


ବୟସର ଆଦ୍ୟ ଯୌବନରେ 

ଯୋଉଠି ମର୍କଟୀ ବି ସୁନ୍ଦରୀ,

ସେଠି ବି ବର୍ଷା ଆସିଥିଲା,

କିନ୍ତୁ ତାର ରୂପ ରଙ୍ଗ ଥିଲା 

ଅଲଗା ଆଉ ରଙ୍ଗୀନ;

ଦୁଷ୍ଟାମୀର ସବୁ ଗୁଣ ଭରି ଦେଇଥିଲା,

ମୋର ସେଇ ଯୁବକ ମନରେ,

ମୋ ସହ ଦୁଷ୍ଟାମୀ କରିବାରେ ସେ ବି,

ତାଳ ଦେଉଥିଲା ପ୍ରଣୟର ସ୍ପର୍ଶ ଦେଇ..!!


ଆଉ ଏବେ ବର୍ଷା,

ଅଦିନରେ ବି ନିଜର ଉପସ୍ଥିତି ଜାହିର କରୁଛି,

ସତେ କି ଧାରଣ କରିଛି ଉଗ୍ର ରୂପ,

ଅଜାଡ଼ି ଦେଉଚି ଅସୁମାରୀ ନୀର,

ଓଦା ହେଇ ଯାଉଛି କାଗଜ ଡଙ୍ଗା,..!!


ବର୍ଷାର ନୂଆ ରୂପରେ ,

ନାହିଁ ସେ ଚପଳତା ଯାହା ଥିଲା 

ବାଲ୍ୟକାଳ ଆଉ ଯୌବନର ପ୍ରଥମ ପାହାଚରେ..!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍