STORYMIRROR

ସନାତନ ଦାସ

Others

3  

ସନାତନ ଦାସ

Others

ହେ ଅଳକା ଆଶ୍ରମ

ହେ ଅଳକା ଆଶ୍ରମ

1 min
156

ହେ ଅଳକ ଆଶ୍ରମ,

ତୁମକୁ କୋଟି ପ୍ରଣାମ,

ବୀର ପ୍ରସବିନୀ ଦେବୀ ତୁମେ

ସର୍ବତ୍ର ଆଜି ତୁମ ସୁନାମ...!!


ହେ ଅଳକା ଆଶ୍ରମ,

ସାକ୍ଷୀ ତୁମେ ଅନେକ ବଳିଦାନର,

ଲୁହ ଲହୁରେ ତୁମ ପାଦତଳେ ଲୋଟିଥିଲା କେତେ ଜୀବନ,

ପଡ଼ିଅଛି ଏବେ ସ୍ମରଣ।


ନାରୀ ସଶକ୍ତିକରଣର ମୁଲୁଦୁଆ

ପଡ଼ିଥିଲା ତୁମ ଦୁଆରେ,

ଯୋଡ଼ିଥିଲେ ଏକ ନୂଆ ଅଧ୍ୟାୟ

ମୁକ୍ତ ହେବାର ସଂଗ୍ରାମରେ।


ହେ ଅଳକା ଆଶ୍ରମ,

ତୁମ ଦାୟଦ ଭୂଲି ବସିଥିଲା

ତୁମର ଅସ୍ତିତ୍ବ, 

ତଥାପି ଆଶାର ଆଲୋକ ଉଙ୍କି ମାରିଲା,

ଦେଶ ପ୍ରେମ ଆଉ ମାଟିର ମମତା

ଛୁଇଁ ଦେଇଗଲା ମୋ ମାଟିର କୋଣ ଅନୁକୋଣକୁ,...!


ଶତବାର୍ଷିକ ପାଳନରେ ଆଜି 

ଆମ ମାଟି ଉତ୍ସବ ମୁଖରିତ,

ସ୍ମିତା ହାସ୍ୟ ଆଜି ଖେଳି ଯାଇଛି,

ଜଗତସିଂହପୁର ମାଟିରେ...

ସଜିତ ଆଉ ଉତ୍ସାହିତ ସେ,

ପାଳିବାକୁ ତାର ୧୦୦ ବର୍ଷର ଐତିହାସିକ ସ୍ମୃତିର ସ୍ମାରକୀ...!!


ସବୁ ଆଡ଼େ ଆଜି ମାଟିର ମହକ,

ବାୟୁମଣ୍ଡଳ ରେ ଭରିଛି ଦେଶପ୍ରେମ ର ମାଦକତା,

ଜାତି ଧର୍ମ ବର୍ଣ୍ଣ ବୟସର ନିର୍ବିଶେଷରେ ଉଲ୍ଲସିତ ଆଜି

ଆବାଳ ବୃଦ୍ଧ ବନିତା..!!


ହେ ଅଳକା ଆଶ୍ରମ ।


ତୁମ ସୁନାମ ବ୍ୟାପିଯାଉ ସାରା ଜଗତ,

ତୁମ ମହାନତା ହେଉ ଜଗତେ ଖ୍ୟାତ,

ତୁମ ଚରଣରେ ଶେଶେ କରୁଅଛି ମଥାନତ।


ହେ ଅଳକା ଆଶ୍ରମ,

ତୁମକୁ କୋଟି ପ୍ରଣାମ

ତୁମକୁ କୋଟି ପ୍ରଣାମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍