STORYMIRROR

ସନାତନ ଦାସ

Tragedy

3  

ସନାତନ ଦାସ

Tragedy

ଅବ୍ୟକ୍ତ କୋହ

ଅବ୍ୟକ୍ତ କୋହ

1 min
261


ଅନ୍ତର ବେଦନା କେ ବୁଝି ପାରଇ

କହିଦିଅ ମୋତେ ଥରେ,

ଗୁମୁରି କାନ୍ଦୁଛି ମୋ ମନ କପୋତ

ସୁଖ ପାଇଁ ନିତି ଝୁରେ..!!


ପର ଜନ କଥା କହୁନି ମୁଁ ଏଠି

ଆପଣା ତ ଦାଉ ସାଧିଲେ,

ମୁଖେ ହସିଦେଇ କୁଟୀଳ ଗୁଣରେ

ପଛେ ଷଡ଼ଯନ୍ତ୍ର ରଚିଲେ..!!


କହିହୁଏ ନାହିଁ କି ସହି ହୁଏ ନାହିଁ

ହୃଦୟ ଭିତର କୋହ,

ଆଖି ବୁଜି ଦେଇ ରହିଯିବା କଥା

ତୁଟାଇ ପାରେନି ମୁଁ ମୋହ..!!


କହିଦେଲେ ଏଠି କୁଳ କୁଟୁମ୍ବକୁ ଲାଜ

ତାପରେ ଦୁନିଆ ହସିବ,

ନ କହିଲେ କୁଳ ବୁଡ଼ିଯିବ ପରା

ସମାଜକୁ ଡରି ରହିବ..!!


କୋହ ଅଗ୍ନି ହୋଇ ଜାଳି ପୋଡ଼ି ଦିଏ

ସଂସାର ର ସବୁ ସୁଖ,

ଶାନ୍ତି ଟିକେ ଖୋଜି ଖୋଜି ମୁଁ

ପାଉଛି ପୁଳାଏ ଦୁଃଖ..!!


ତିମିର ଘେରିଚି ମୋ ଚାରିପାଖେ 

ପ୍ରଶମିତ ଏଠି ଆଲୋକ ଶିଖା,

ବହୁତ ଜିଇଁଲି ମଣିଷ ଜନମେ

ଏବେ ମାଗୁଚି ମରଣ ଭିକ୍ଷା..!!


ଅଭିମାନ କରି କୋହ ମନେ ଧରି 

କେତେ ଦିନ ଆଉ ବଞ୍ଚିବି,

ଅବ୍ୟକ୍ତ କୋହ ମୋର ଇତିହାସ ହେଉ

କାହାକୁ କାହିଁକି କହିବି..?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy