STORYMIRROR

ସନାତନ ଦାସ

Others

3  

ସନାତନ ଦାସ

Others

ଅଧୁରା ସ୍ୱପ୍ନ

ଅଧୁରା ସ୍ୱପ୍ନ

1 min
325

ଭାଙ୍ଗିଯାଏ କିଛି ସ୍ୱପ୍ନ

କାହାଣୀର ଠିକ୍ ମଝିରୁ,

ଶୁଷ୍କ ଦୁର୍ବଳ କାଠି ପରି,

ଭୂପତିତ ହୋଇ ଅସହାୟ ଭାବେ..!!


ନିଜର ଇଚ୍ଛା ଯେତେ ସବୁ

 ଆତ୍ମହତ୍ୟା କରି,

ବିଳାପି ଉଠନ୍ତି ନିରାଶାର ଅନ୍ଧାର ବନ୍ଦୀ ଘରେ,

ତଥାପି ଶୁଭେନି କାହାର ସମବେଦନା,

ଅବା ଆହା ଟିକେ କର୍ଣ୍ଣ ଗୋଚର ହୁଏନି,

ସମାଜର ସେଇ ଚାରି ଲୋକଙ୍କ ମୁଖରୁ..!!


ଅସରନ୍ତି ଆଶାକୁ ପାଦ ତଳେ ଦଳି ଦେବାକୁ ହୁଏ 

ଦେଖିଥିବା ସ୍ୱପ୍ନର ତଣ୍ଟି ଚିପି ଦେବାକୁ ବାଧ୍ୟ ହୁଏ,

ପରିବାରର ମାନ ସମ୍ମାନ ପାଖରେ..!!


ପଚାରିଲେ ଉତ୍ତର ଆସେ,

ସମାଜରେ ଚାରି ଲୋକ କଣ କହିବେ?

ଏ ଯାଏ ବି ମୁଁ ଦ୍ୱନ୍ଦ୍ୱରେ,

ସ୍ୱପ୍ନ ଦେଖିବି ନା ଅଧୁରା ସ୍ୱପ୍ନରେ ମାଟି ଲେପି ପୂର୍ଣ୍ଣ ସ୍ୱପ୍ନର ମରୀଚିକାରେ,

ଆଗକୁ ବଢ଼ିବି ନା ତୃଷାର୍ତ୍ତ ହୋଇ ସ୍ୱପ୍ନ ବିନା ମରି ମରି ବଞ୍ଚିବି..!!



Rate this content
Log in