Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅଜୟ କୁମାର ବେହେରା

Inspirational Others

4.3  

ଅଜୟ କୁମାର ବେହେରା

Inspirational Others

ଖୋଲିଲା ତାଲା

ଖୋଲିଲା ତାଲା

1 min
265


ଖୋଲିଗଲା ତାଲା ସବୁଆଡେ ମେଲା

   ମାନବ ଟେକିଲା ହାତ ।

କୋରନା ଯୁଦ୍ଧରେ ପରାଜିତ ଆମେ

   ଖାଇ କୋରନାର ନାତ ।।

 ସରକାରଙ୍କର କଡା ଚେତାବନୀ

   ସାହସ ହରେଇ ଦେଇ ।

ବଞ୍ଚିବାକୁ ହେଲେ ନିଜର ସୁରକ୍ଷା

   ନିଜେ ହିଁ କରିବା ପାଇଁ ।।

ରଖିଥିଲେ ଯାହା ସରିଗଲା ତାହା

   ରାଜକୋଷ ହେଲା ଶୂନ୍ୟ ।

କୋରନା ଯୋଜନା କାମ ଦେଲାନାହିଁ

   ଶାନ୍ତ ହୋଇଗଲା ମନ ।।

ଦେଶ ଅର୍ଥନୀତି ଦୁର୍ବଳ ହେଲାଣି

   ନାହିଁ ରୋଜଗାର ପନ୍ଥା ।

ଜୀବନ ଜୀବିକା ନାଶ ହୋଇ ଚାଲେ

   ବନ୍ଦ ହୋଇ ସବୁ ସଂସ୍ଥା ।।

କୋଟି କୋଟି ଟଙ୍କା କୋରନା ଖାଇଲା

   କାଙ୍ଗାଳ ହୋଇଲା ଦେଶ ।

ଦେଶରେ ରାବଣ କିଛି ବାଣ୍ଟି ନେଲେ

   ଖାଇଲେ କୋରନା ମାଂସ ।।

ରାବଣଙ୍କ ବାସ ସୁରକ୍ଷା ଖୋଳରେ

    କୋରନା କରିବ କିସ ।

ସାଧାରଣ ଜନ କୋରନା ଯୋଦ୍ଧାଙ୍କୁ

   ଘାରୁଛି କୋରନା ବିଷ ।।

ଆଦିମ କାଳକୁ ଫେରିବା ସମସ୍ତେ

   ପାଖେଇ ଆସୁଛି ବେଳ ।

ବିଜ୍ଞାନ ବଳରେ ବିଳାସ ଜୀବନ

  ଆମ ପାଇଁ ହେଲା କାଳ ।।

ପ୍ରକୃତି ନିୟମ ଉଲଂଘନ କଲେ

   ସନ୍ତୁଳନ ହେଲା ନଷ୍ଟ ।

ଦୈବୀ ଦୁର୍ବିପାକ ଆସିବ ଅନେକ

  କୋରନାଠାରୁ ବି ଦୁଷ୍ଟ ।।

ହୋଇ ଅହଙ୍କାରୀ ପ୍ରଭୁତ୍ୱ ବିସ୍ତାରି

   ଆମ ଦାଦାଗିରି ନୀତି ।

ପରିବେଶ ଧ୍ୱଂସ ଜୀବଜନ୍ତୁ ନାଶ

   ବଦଳି ନାହିଁ ପ୍ରକୃତି ।।

ଜଳ ସ୍ଥଳ ବାୟୁ ପ୍ରଦୂଷିତ କଲେ

  ନିଜ ସ୍ୱାର୍ଥ ସିଦ୍ଧି ପାଇଁ ।

କୃତ କର୍ମ ଫଳ ଭୋଗିବା ନିଶ୍ଚୟ

  ଏଥିରେ ସନ୍ଦେହ ନାହିଁ ।।

ଜୀବନ ଯୁଦ୍ଧରେ ବଞ୍ଚିବାକୁ ହେବ

    ଲଢେଇ କରିବା ଏକା ।

କୋରନା ଭୁତାଣୁ ମୃତ୍ୟୁ ଦଣ୍ଡେ ଦଣ୍ଡି

   ଦେଉଅଛି ଏହି ଶିକ୍ଷା ।।

 


Rate this content
Log in

Similar oriya poem from Inspirational