STORYMIRROR

Biswaranjan Mohanty

Inspirational

3  

Biswaranjan Mohanty

Inspirational

ଦୁଇଦିନର ଜୀବନ

ଦୁଇଦିନର ଜୀବନ

1 min
201

ଜନମିଛି ଦିନେ ମରିବି ମୁଁ ଦିନେ 

ଧ୍ରୁବ ସତ୍ୟ ଯେ ଅଟଇ 

ଦୁଇ ଦିନକୁ ଜୀବନ ମୋହର 

କିମ୍ପା କରିବି ବଡେଇ  ll 


ଏନ୍ତୁଡ଼ିଶାଳରେ ସ୍ୱାଗତ ମୋହର 

ମଶାଣୀରେ ହେବି ବିଦା 

ପ୍ରିୟ ପରିଜନ ଦୁଇଦିନ କାନ୍ଦିବେ 

ମାଆ କାନ୍ଦୁଥିବ ସଦା  ll 


ସାଙ୍ଗେ ମୋର କେହି ନ ଯିବେ ସେପାରି 

ଏକା ହିଁ ଯିବାକୁ ହେବ 

କିଛି ନେବି ନାହିଁ ଛାଡି ଯିବି ଖାଲି 

ମାନ ଯଶ କୀର୍ତ୍ତି ଲାଭ   ll 


ଏ ଜୀବନ ଯଦି କ୍ଷଣିକ ମାତର 

କିମ୍ପା କରିବି ମୁଁ ଲୋଭ 

ହରିନାମ ଏକା ଅମୂଲ୍ୟ ସମ୍ପଦ 

ଏକାଗ୍ର ଚିତ୍ତରେ ଭାବ  ll 


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational