STORYMIRROR

Pratap Chandra Mishra

Inspirational

3  

Pratap Chandra Mishra

Inspirational

ବାୟୁ ବୀର ରାଫେଲ

ବାୟୁ ବୀର ରାଫେଲ

1 min
261


ନୂଆଁ ବନ୍ଧୁ ନୂଆଁ ଚେହେରା

ସମ୍ପର୍କ ସେତୁ ଯୋଡ଼ା

ଯବାନ ଭାଇଙ୍କ ଛାତି କୁଣ୍ଢେ ମୋଟ

ଶତ୍ରୁଙ୍କ ମୁହଁ ପୋଡ଼ା ।


ବିଚକ୍ଷଣ ଯନ୍ତ୍ର ପକ୍ଷୀ

ଆକାଶ ଗର୍ଭେ ପଇଁତରା ଦିଏ

ସ୍ୱଦେଶ ମୁଲକ ସୁରକ୍ଷି।


ବୀରଙ୍କ ଗହନେ ମଉଡମଣି

ବୈଷୟିକ ଯୁଦ୍ଧ କୌଶଳ ପୁଣି

ଯୋଜନ ଯୋଜନ ଦୂରରୁ

ଶତ୍ରୁ ନାଶେ ଆଗୁଆ ଜାଣି

ଇନ୍ଧନ ଖୋରାକ ସହଜେ ପାଏ

ନିର୍ଦ୍ଦିଷ୍ଟ ସ୍ଥାନେ ସୀମିତ ନୁହେଁ

ଆକାଶ ମାର୍ଗେ ଖୋରାକ ପାଇ

ଅନବରତ ଲଢି ଯାଉ ଥାଏ।


ପାଶ୍ଚାତ୍ୟ ଶତୃ ଛାନିଆଁ

ଯୋଜନା ମାନ ତାଙ୍କ ଫେଲ

ବାୟୁ ରେ ରହି ବାୟୁ ଗତି ଠୁଁ ଆଗୁଆ

ସେ ପରା ବାୟୁ ବୀର ରାଫେଲ।


ଶକ୍ତ ପ୍ରହାର ସୂକ୍ଷ୍ମେ ଦିଏ

ନାସ୍ତିକ ମତି ଅବଶ

ରାଫେଲ, ସୈନିକ ବଳ ବଢାଇ ଦେଲା

ସୀମା ଉତ୍ତେଜନା ହେବ ହ୍ରାସ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational