କୁଳ ବେଉସା
କୁଳ ବେଉସା
ଗ୍ରୀଷ୍ମର ରୌଦ୍ର ତାପେ,
କୁମ୍ଭାରୀଆ ଭାଇ,
କେବେ ହାଟେ,କେବେ ବଜାରେ,
ପୁଣି କେବେ ଘରେ ଘରେ ଯାଇ,
ମାଠିଆ ବିକେ,ମାଠିଆ ବିକେ।
ମାଠିଆ ଭାର କାନ୍ଧରେ ବୋହିଥାଏ,
ଆତୁର ଗଳା ରେ କହୁଥାଏ,
ମାଠିଆ ରେ ପାଣି ରଖ,
ଖରାରେ ଥଣ୍ଡା ପାଣି ପିଅ,
ପ୍ରାକୃତିକ ଜିନିଷ ବ୍ୟବହାର କର,
ସୁସ୍ଥ ସବଳ ତାଜା ରେ ରୁହ।
ଏତେ ଖରାରେ, କୁମ୍ଭାରୀଆ ଭାଇରେ,
ଘର ଘର ବୁଲି ପୁଣି ଡାକ ସେ ଦିଏରେ,
ନିଅ ନିଅ ଗୋଟେ ମାଠିଆ,
କହୁଛି ତୁମ ଭାଇ କୁମ୍ଭାରୀଆ,
ମାଠିଆ ପାଣି ଦେହ କୁ ହିତ,
ପ୍ରାକୃତିକ ଥଣ୍ଡା ପାଣି ପିଅତ,
ଦେହ ରୁ ଯିବ ଗରମ ତାପ,
ହଟି ଯିବ ସବୁ ମାନସିକ ଚାପ।
ହେଲେ ଆଧୁନିକ ମଣିଷ ବୁଝୁଛି କି,
ନିଜକୁ ସଭ୍ୟ ଶିକ୍ଷିତ ବୋଲୁଛି ଟି,
କୁମ୍ଭାରୀଆ ଭାଇ କୁ ଆଧୁନିକତା କହେତ,
ତୋ ମାଠିଆ ପାଣିଠୁ ଅଧିକ ଥଣ୍ଡା ଲାଗେ ଆମ ଫ୍ରିଜ ପାଣି ତ,
ତୁ ଏଠୁ ବେଗି ବେଗି ବେଗି ପଲାତ।
ଖରା ରେ ବୁଲି ବୁଲି କୁମ୍ଭାରୀଆ ଭାଇ,
ଝାଳିଆ ନାଳିଆ ହୋଇ ହାଲିଆ ହୋଇ ଗଲାଣି,
ହେଲେ ଗୋଟିଏ ମାଠିଆ ବିକିଲା ନାହିଁ,
ଫ୍ରିଜ ପାଇଁ ତା କୁଳ ବେଉସା ବୁଡି ଗଲାଣି।
ବିଜ୍ଞାନ ଉନ୍ନତି କରୁଛି ବୋଲି ପାଟି କରି କହୁଛି,
ହେଲେ ଲୋକଙ୍କ କୁଳ ବେଉସା ବୁଡ଼ାଇ ଦେଉଛି,
ଆଜି ମେସିନ ସବୁ କାମ କରିଦେଉଛି,
ସେପାଇଁ ଲୋକ ଅଳସୁଆ ହୋଇ ଯାଉଛି ,
ରୋଗ ପ୍ରତିଷେଧକ ଶକ୍ତି କମି ଯାଉଛି,
ସେପାଇଁ କମ ରୋଗଣା ଆଜି ହେଉଛି,
ଛୋଟ ବେଳୁ ବାଳ ତ ପାଚି ଯାଉଛି,
କମ ବୟସରୁ ଆଣ୍ଠୁ ଗଣ୍ଠି ବାତ ଧରୁଛି।
ତଥାପି ଆଜି ଶିକ୍ଷିତ ହେଲେ ବି ଲୋକେ ବୁଝୁ ନାହାନ୍ତି,
ପ୍ରାକୃତିକ ଜିନିଷ କୁ ଛାଡ଼ି କୃତ୍ରିମ କୁ,ନିଜର କରୁଛନ୍ତି,
ଯାହା ପାଖରେ ଯେତିକି ଅଧିକ ଜିନିଷ ଅଛି,
ସେ ସେତିକି ଗର୍ଵ ଅହଂକାରି,ମୁକାରୀ ହେଉଛି,
ମୁଁ ସବୁଠୁ ଧନବାନ,ଶକ୍ତିମାନ ବୋଲି,
ଫୁଟାଣି ମାରି କହୁଛି, ଫୁଟାଣି ମାରି କହୁଛି।
ହେଲେ ଜାଣୁନି ସିଏ ଏ କୃତ୍ରିମତା,ଅଳ୍ପ ବୟସରୁ,ମୃତ୍ୟୁ ମୁହଁକୁ ଠେଲୁଛି,
ତା ଉପରେ ସଭିଙ୍କର କୁଳ ବେଉସା ତ ବୁଡ଼ାଉଛି,
ତା ସାଥେ ନିଜ ସଂସ୍କାର ସଂସ୍କୃତି ହଜି ଯାଉଛି,
ତେଣୁ କୁମ୍ଭାର ଭାଇ ମାଠିଆ ବିକିବା ଆଳରେ ଉପଦେଶ ଦେଉଛି,
ବିଜ୍ଞାନ,ଆଧୁନିକତା କୁ ନିଜର କରିବା ସହ,
ନିଜ ସଂସ୍କାର ସଂସ୍କୃତି କୁ ବି ଜାବୁଡ଼ି ଧର,
ନିଜ କୁଳ ବେଉସା ର ମଧ୍ୟ ଉନ୍ନତି କର,
କୁମ୍ଭାରୀଆ ଭାଇ ପରି କେହି ଆଉ ଦୁଃଖ ନପାଉ,
କାହାରି କୁଳ ବେଉସା ନ ବୁଡ଼ି ଯାଉ,
ଆଧୁନିକ ସଭ୍ୟତାରେ ବଞ୍ଚୁଥିବା ଶିକ୍ଷିତ ଲୋକ,
ବୁଝ ବେଉସା କରି ଖାଉଥିବା ଲୋକର ଭୋକ,
ନିଜ ସ୍ୱାସ୍ଥ୍ୟ ର ଉନ୍ନତି ସାଧନ ପାଇଁ,
ପ୍ରାକୃତିକ ଜିନିଷ କୁ ବି ନିଜର କର ଭାଇ,
ନିଜର କୁଳ ବେଉସା କରି ଚଳୁଥିବା ଲୋକକୁ ସମ୍ମାନ ଦିଅ,
କେତେ କଷ୍ଟ ରେ କରୁଥିବା ତା ଜିନିଷକୁ ବି କିଣି ନିଅ ,
ତା ଭରଣ ପୋଷଣରେ କିଛି ତ ସାହାଯ୍ୟ କର,
ତାର କୁଳ ବେଉସା ନ ବୁଡ଼ିବ ,
ଟିକିଏ ଚିନ୍ତା କର,ଚିନ୍ତା କର ଭାଇ ଚିନ୍ତା କର।
