STORYMIRROR

Jagannath Das

Inspirational

3  

Jagannath Das

Inspirational

ସ୍ୱତନ୍ତ୍ର ଅମୃତ ମହୋତ୍ସବ

ସ୍ୱତନ୍ତ୍ର ଅମୃତ ମହୋତ୍ସବ

2 mins
142


ମହୋତ୍ସବ ରୁ ଅମୃତ କେମିତି ଝରିବ?

କଣ ଭୋକିଲା ପେଟରେ ?

 ନାଁ ଧର୍ମ ବିଭୀଷିକା ର-

ନାଟ ରେ? ନାଁ ଧନି ଲୋକ ଙ୍କ ଛାଟରେ ?


ବା ଅମୃତ ରୁ ମହୋତ୍ସବ ପାଳନ

କେମିତି ହେବ ?

ଯଦି ରାକ୍ଷସ ଅମୃତ ପାଇଯିବେ

ସେମାନେ ଅମର ହୋଇ ପୃଥିବୀକୁ ଧ୍ବଂସ ଆଡକୁ ମୁହେଁଇ ନେବେ ତେଣୁ ସାଗର ମନ୍ଥନ ରୁ

ବାହାରି ଥିବା ଅମୃତ କୁ ବାଣ୍ଟିବା ବେଳେ ରାକ୍ଷସ ଙ୍କୁ ଜଗିବାକୁ ପଡିଥିଲା ତେଣୁ ଏଠି କିଏ କାହାକୁ ଜଗିବ ଦେବତା ନା ରାକ୍ଷସ!

ଅତଏବ ଜାଣ ଅମୃତରୁ ମହୋତ୍ସବ ହେଉନି କି- ମହୋତ୍ସବ ରୁ ଅମୃତ ଝରୁନି,

କେବଳ ଲେଖା ରେ ଲେଖିବା

ଅମୃତ ମହୋତ୍ସବ ଏତିକି ଲେଖାରେ ଦେଶ ର କଣ କିଏ

ବୁଝିଲା ଜାଣିବା ମୁସ୍କିଲ !

ନ ବୁଝନ୍ତୁ ଲେଖି ଚାଲ-

75ବର୍ଷ ପରେ ଆମେ ପାଳିବା

ଅଗଷ୍ଟ 15ରେ ସ୍ୱାଧୀନତା ଦିବସ. ସ୍ୱ -ଅଧିନ ରେ ଆମେ ରଖିଥିବା ଦେଶର ସ୍ୱାଧୀନତା ରୁ ଆମେ ଚାଖୁଛେ ସର୍ବଦା ପରାଧୀନତାର ସ୍ୱାଦ l

ଚାରି ଆଡେ ଚୋରି, ଟାଉଟରି, ଇର୍ଷା, ଦ୍ୱେଷ, ଦ୍ୱନ୍ଦ୍ୱ, ଖଳ, କଳି, ତକରଳ ର ତାଡନା, ଗରିବ ଉପରେ ଧନି ର ମନମାନି ଓ

ନାମଧାରୀ ଦେଶ ସେବକ ଙ୍କ ର ବେଇମାନି

ଯଦି ଆମେ ନିଜେ ସ୍ୱାଧୀନ ର ଅର୍ଥ ସୁ -ଅଧିନ ରେ ରହିବା କୁ ବୁଝି ଯିବାଅର୍ଥାତ ସୁ ଅର୍ଥ ମଙ୍ଗଳ, ମଙ୍ଗଳ ଙ୍କ(ବା )ମଙ୍ଗଳ ମୟ ଙ୍କ ଅଧିନ ରେ ରହିବାକୁ ବୁଝି ଯିବା . ତାହାହେଲେ ମୁଁ ସ୍ୱାଧୀନତା ପାଇଗଲି, ମୁଁ ପାଇବା ସହ ମୋ ପରବାର କୁ

ଶିଖେଇଲି, ପରିବାର ରୁ ଗାଁ, ଗାଁରୁ ସମାଜ, ସମାଜ ରୁ ଦେଶ

ସ୍ୱାଧୀନତା କଣ ବୁଝିଗଲେ ଓ ସ୍ୱାଧୀନତା ମଧ୍ୟ ପାଇଗଲେ l

ଏ ସ୍ୱାଧୀନତା ରୁ ଝରିବ ଅମୃତ,

ବାଣ୍ଟିବେ ଭାରତ ମାତା ତତ୍ପରେ

ଆନନ୍ଦ ରେ ଖାଇ ପାଳିବା ମହୋତ୍ସବ ଯାହାକି ସେତେବେଳେ ଆମେ ଯାଣି ପାରିବା ଆମେ ପାଳୁଛେ ସ୍ୱାଧୀନତା ର 75 ବର୍ଷ ପରେ

 ସ୍ୱତନ୍ତ୍ର ଅମୃତ ମହୋତ୍ସବ.

ଭାଷା ର ମୁଳ ଉପାଦାନ ହେଲା "ଶବ୍ଦ, "l

ଜ୍ଞାନ ର ଆକାର -ପ୍ରକାର ପରିସର ଯେମିତି ବଢ଼ି ଚାଲିଛି, ପ୍ରକାଶ କରିବା ପାଇଁ ସେତିକି ଭାଷା ବା ବ୍ୟାକରଣ ର ଆବଶ୍ୟକତା ଅଛି l ବର୍ତମାନ ବ୍ୟାକରଣ ବା ଭାଷାକୋଷ ରୁ

ସେତିକି ଶବ୍ଦ ପାଇବେ ନାହିଁ, ଯେତିକି ଭାଷା ର ପରିସର ଭାରତ ବର୍ଷରେ ବୃଦ୍ଧି ପାଇଛି l

ଓଡିଶା ର 100ହଜାର ଶବ୍ଦ ରହିଛି ମାତ୍ର ସ୍ୱାଧୀନତା ର 75ବର୍ଷ ପରେ ଏମିତି ଶବ୍ଦ ସଂଖ୍ୟା ବଢିଛି ଆହୁରି 100ହଜାର ଶବ୍ଦ ବ୍ୟାକରଣ ବା ଭାଷା କୋଷ ରୁ ତ ମିଳୁନି ତଥା

ଓଡ଼ିଆ ଭାଷା ରେ ସବୁ ବିଷୟରେ କବିତା ଲେଖି ହେଉନି.

ଅତଏବ ସ୍ୱାଧୀନତା ପାଇବାର

ସ୍ୱାଦ ଆମେ ସେତେବେଳେ ଜାଣିବା ଯେତେବେଳେ ଆମେ ଆମ ଭାଷା କୁ ଠିକ ଭାବେ ବୁଝି ପାରୁଛୁ ଓ ଉପସ୍ଥାପିତ କରି ପାରୁଛୁ,

ସେତେବେଳେ ଏହି ମନ୍ଥନ ରୁ

ବାହାରିବ ଅମୃତ ତାପରେ ଆମେ ସ୍ୱତନ୍ତ୍ର ଭାବେ ପାଳିବା

ମହୋତ୍ସବ ଯାହାକି ସ୍ୱତନ୍ତ୍ର ଅମୃତ ମହୋତ୍ସବ ର ନାମ କୁ ଅଧିକ ଦୃଢ଼ିଭୂତ, ପାଳନ କୁ ଅଧିକ ସୁ ସଂଯତ କରି ତୋଳିବ, l


"ଆଜି ତ୍ରିରଙ୍ଗା ଉଡ଼ୁଛି ଫର ଫର

ତାକୁ ପାଇବା ପାଇଁ ଯାଇଛି କେତେ ମାର ଧର "


, "ମାର ଧର ରୁ ଆସିଛି ସ୍ୱାଧୀନତା

ଚାଖଇ ସେ କେବଳ 

ପରାଧୀନତା "

ତଥାପି ଆମେ କହୁଛୁ, କହୁଥିବୁ

ଏ ସ୍ୱାଧୀନତା ଦିବସ ର" ସ୍ୱତନ୍ତ୍ର ଅମୃତ ମହୋତ୍ସବ "



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational