Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Jena

Inspirational Others

3  

Pranati Jena

Inspirational Others

କୋଟି ପ୍ରାଣର ମଣି

କୋଟି ପ୍ରାଣର ମଣି

2 mins
114


କଳି କଳୁଷହରଣକାରୀ ଭବ ସାଗର ତାରଣ କାରଣ,ତ୍ରିତାପ ଦୂରୀତ ଦହନକାରୀ ନଶ୍ୱର ସଂସାରର ମୋହଭଙ୍ଗକାରୀ ଙ୍କୁ ସ୍ମରଣ, ମନନ, ଚିନ୍ତନ ଓ ପବିତ୍ର କଥା ସାଗର,ସଙ୍ଗମର ଆସରକୁ ନିମନ୍ତ୍ରଣ ଜଣାଇ ସୃଷ୍ଟିକର୍ତ୍ତା ଙ୍କର ଶ୍ରୀ ପଦପଦ୍ମ ଯୁଗଳରେ ବିନମ୍ର ପ୍ରଣିପାତ ଜଣାଉଛୁ ଶ୍ରୀମତୀ ସୁଚିତ୍ରା କର ଓ ଶ୍ରୀମତୀ ପ୍ରଣତି ଜେନା l ସମସ୍ତ ଗୁଣୀ, ଜ୍ଞାନୀ, ଜ୍ୟେଷ୍ଠ ଗୁରୁଜନ ମଣ୍ଡଳୀଙ୍କୁ ସବିନମ୍ର ପ୍ରଣାମ ଜଣାଉଛୁ l କନିଷ୍ଠ ଭ୍ରାତୃ, ଭଗ୍ନୀ ମାନଙ୍କୁ ହୃଦୟରୁ ଶ୍ରଦ୍ଧା ଓ ସ୍ନେହ l ଶ୍ରୀ ରାଧେ, କୃଷ୍ଣ ସମସ୍ତଙ୍କର ମଙ୍ଗଳ କରନ୍ତୁ l

କ୍ରମଶଃ

ପ୍ରଣତି

ପୁଷ୍ପାୟୁଧା ପ୍ରୀତି ଶ୍ୟାମକାନ୍ତା ତୃପ୍ତି

      ଆକର୍ଷି କାମିନୀ ମନ୍ତ୍ରେ,

କୁଞ୍ଜରେ, କୁଞ୍ଜରେ ରଚି ଅଭିସାରେ

      କଳ୍ପନାର କୁଞ୍ଜଯନ୍ତ୍ରେ ଲୋ

କୋଟି ପ୍ରାଣର ମଣି,

ହୃଦଜିଣା ଅପରୂପ ଠାଣି ଲୋ


ପ୍ରେମର ମାଧୁର୍ଯ୍ୟ ରାସର ଐଶ୍ଵର୍ଯ୍ୟ

       ମହାର୍ଘ୍ୟ ମହକ ଶ୍ୟାମ,

ଆହା ନଟବର ମୁରଲୀ ମୋହନ

    ତୃପ୍ତ ଦେଖି ଶ୍ୟାମପ୍ରାଣ ଲୋ

ରାଧାର ଆତ୍ମଧନ,

ଆଜି ଆନନ୍ଦେ ମଥୁରା ମଗ୍ନ ଲୋ


ସୁଚିତ୍ରା

 ମହାଭାବ ମହାର୍ଣ୍ଣବେ ବୁଡ଼ିଥିଲା

       ରାଧା ପ୍ରେମେ ହୋଇ ସିକ୍ତ

ଦୁଷ୍ଟ ଭୋଜନାଥ,ହୃଷ୍ଟେ ପେଶି ଦୂତ

         ଆଣିଛି ଯଶୋଦାସୁତ ଲୋ

ନେତ୍ରେ ଦେଖି ଶ୍ରୀହରି

ଧନ୍ୟ ହୋଇଲୁ ମଧୁ ନାଗରୀ ଲୋ


ନନ୍ଦ ହୃଦାନନ୍ଦ , ଏ ଗୋକୁଳାନନ୍ଦ 

       ଇନ୍ଦୀବର ନେତ୍ର ହରି

ଯଶୋମତୀ ମାତ , ପ୍ରାଣ ବାୟୁ ଏତ

        ଅଖଣ୍ଡାନନ୍ଦ ମୁରାରି ଲୋ

ଆମ୍ଭ ସୌଭାଗ୍ୟ ବଳେ

ଆଜି ଆସିଛନ୍ତି ଆମ୍ଭ ଆଳେ ଲୋ


ପ୍ରଣତି

ଅନନ୍ତ,ଶାଶ୍ୱତ ନିତ୍ୟ ଆହ୍ଲାଦିତ

    ପ୍ରାଣପକ୍ଷୀ ଝୁରେ ରହି,

ତୃଷାର୍ତ୍ତ ହୃଦର ଚାତକ ତୃପିତ

 ଶ୍ୟାମଳ ମେଘେ ଭିଜଇ ଲୋ

ଲକ୍ଷେ ଫଗୁରେ ଝରା,

ମଧୁଋତୁ ମଧୁସ୍ପର୍ଶେ ଧରା ଲୋ


ପ୍ରାଣର ସ୍ପନ୍ଦନ ଯଶୋଦା ଜୀବନ

     ମଥୁରାର ଭାଗ୍ୟହୋଇ,

କଳାମେଘ କୋଳେ କେକୀର କି ନୃତ୍ୟ

     ମଥୁରା କଟକ ପାଇଁ ଲୋ,

ପୀୟୁଷର ମୂରତି,

ଝୁରୁଥିଲେ ମଥୁରା ଯୁବତୀ ଲୋ


ସୁଚିତ୍ରା

ଗବାକ୍ଷ ଦ୍ଵାରରେ ନିରେଖି ନେତ୍ରରେ

      ଶ୍ୟାମଳ ଧବଳ ତନୁ 

ବାସବ ନଭରେ ଉଇଁ ଆସିଲେ କି

       ଏକ ସଙ୍ଗେ ବେନି ଭାନୁ ଲୋ

କଂସ କାଳିମା ନାଶି

ଦେବେ ପୁଣ୍ୟ ପ୍ରକାଶ ପରଶି ଲୋ


ରବିଜା ରସଜ୍ଞା ସାଙ୍ଗ ହୋଇ କିବା

      ଆସିଛନ୍ତି ଭୋଜ ରାଜ୍ୟେ

ଧ୍ଵନ୍ତ ଧୋଇ ଦେଇ ନେବେ ଗୋ ଭସାଇ

        ସିତାସିତ ଖର ଲଞ୍ଜେ ଲୋ

କରି କଳୁଷ ଶୂନ୍ୟ

ମଧୁ କଟକ କରିବେ ଧନ୍ୟ ଲୋ


ପ୍ରଣତି

ମରମ ବେଦନା କରେ ଆନମନା

      କନକାଙ୍ଗୀ ଚିତ୍ତେସ୍ମରି,

ଘନ କୁନ୍ତଳିଆ କାଳୀୟ ଦଳୀୟା

    ନିଧି ପ୍ରତିମା କେ ସରି ଲୋ

ମନସିଜ ମାଧୁରୀ,

ରସରାଜେ ହୃଦବନେ ଝୁରି ଲୋ


ସ୍ଵର୍ଣ୍ଣତେଜ କାନ୍ତି ରସିଲେ ଯୁବତୀ

        ହୃଦବନେ ଆତ୍ମା ହରି,

ସ୍ନାୟୁ,ତନ୍ତ୍ରୀ, ଶିରା ଶ୍ୟାମରଙ୍ଗ ପ୍ରୀତି

    ପିୟୁଷ ମୂରତି ସରି ଲୋ,

ସରାଗେ ନୟନରେ,

ସୃଷ୍ଟିନାହାଙ୍କୁ ସନ୍ନିଧେ ଝୁରେ ଲୋ


ସୁଚିତ୍ରା

ଦେଖି ରମ୍ୟ ଦେହ ,ପୁରୁଷ ଅଥୟ

        କି କହିବା ନାରୀ କଥା

କୁଳର ବଧୂକା ହୋଇଲେ ବଳାକା

      କୃଷ୍ଣ ପ୍ରେମେ ଉନମତା ଲୋ

ଛାଡ଼ି ଲଜ୍ଜା ସଦନ

ମୋହନ ପାଶେ କଲେ ଗମନ ଲୋ


ଧନ୍ୟ ଯଶୋମତୀ କେଡେ ଭାଗ୍ୟବତୀ

       ପାଳିଲେ ଜଗତ ପିତା

କେତେ ଧର୍ମ ବଳେ ଖେଳାଇଲେ କୋଳେ

        ହୋଇଣ ତାହାର ମାତା ଲୋ

ବାତ୍ସଲ୍ୟର ସାଗର

ଵକ୍ଷୁ ପିଆଇଲେ ସୁରାହାର ଲୋ


ପ୍ରଣତି

ମନର ଯମୁନା ଉଜାଣି ବହୁଛି

      ମଥୁରା ପ୍ରୀତି ମହକେ

ଶ୍ୟାମ ପ୍ରୀତି ଜ୍ୟୋତି ମଳୟ ପୂରିତ

      ଚିର ବସନ୍ତ ଝଲକେ ଲୋ

ସମ୍ମୋହନ ଝଙ୍କାରେ

ତୃଷାର୍ତ୍ତ ନୀଳ ତୃପ୍ତି ବିଭୋରେ ଲୋ


ନୀଳ ପ୍ରୀତି ମଧୁକ୍ଷରା ଲୋ ସଜନୀ

     ନୀଳ ନିର୍ଝରିଣୀ ଧାରା

ପ୍ରୀତିର ସୁରଭୀ କୋକିଳ ରାଗିଣୀ 

     ସ୍ତବକ ହୃଦୟ ହୀରା ଲୋ

ମନ ସାଗର ଉର୍ମି

ରସ ଶେଖର ବିରହେ ସରମି


ସୁଚିତ୍ରା

ମନ୍ମନ ମୋହନ ସର୍ବାଙ୍ଗ ସୁଠାମ

     ଷଡ ଐଶ୍ୱର୍ଯ୍ୟରୁ ବଳି

ନର କି ବା ଛାର ବିଧାତା ଶଙ୍କର

     ତା ପ୍ରେମେ ପଡନ୍ତି ଢଳି ଲୋ

 ମାୟାତୀତ ଅମର

କୃଷ୍ଣ ଦର୍ଶନ ପାଇଁ ଆତୁର ଲୋ


ଖୋଲି ଜ୍ଞାନ ଆଖି,ଆଗୋ ପ୍ରାଣ ସଖୀ

      ଦେଖ ବାରେ ସେ ରୂପକୁ

 ଅନନ୍ତ ଅନନ୍ତ ସୁଧା ସରିନ୍ନାଥ

       ସମାନ ନୁହଁଇ ଯାକୁ ଲୋ

ସେ ଶ୍ୟାମ ଅପଘନ

ମହା ପାପୀକୁ ଦିଏ ନିର୍ବାଣ ଲୋ


Rate this content
Log in

Similar oriya poem from Inspirational