Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Inspirational

3  

Birakishore Nayak

Inspirational

ଏକ ନାରୀ ଭିନ୍ନ ରୂପ

ଏକ ନାରୀ ଭିନ୍ନ ରୂପ

1 min
129


ସମାଜରେ ନାରୀ ଭିନ୍ନ ଭିନ୍ନ ରୂପେ

     ଜୀବନ ଧାରଣ କରେ,

କେତେବେଳେ ସିଏ ଅଭୟ ଦାୟିନୀ

     କେତେବେଳେ ଧ୍ବଂସ ଭରେ |

ଯୁଗେ ଯୁଗେ ନାରୀ ଅବୋଧ୍ୟ ସଂସାରେ

      ସ୍ୱାର୍ଥ କିମ୍ବା ତ୍ୟାଗ ଭରେ |

କେତେବେଳେ କୁନ୍ତୀ କେବେ ବି ସାବିତ୍ରୀ

     ସମ ହୁଏ ଜୀବନରେ |

କେବେ ମାଆ ସିଏ କେବେ ମାୟାବିନୀ

     ଛଳନାର ପ୍ରତିମୂର୍ତ୍ତି,

କେବେ ମମତାରେ ଛଳ ଛଳ ସିଏ

     କେବେ ପ୍ରତିଶୋଧ ମତି |

ମାଆଟିଏ ହୋଇ ସନ୍ତାନ ପାଇଁ ଯେ

     ଜୀବନ ଉତ୍ସର୍ଗ କରେ,

ଯଦି ଏକାଧିକ ସନ୍ତାନ ଥାଆନ୍ତି

     ଭିନ୍ନ ସ୍ନେହ ବାଣ୍ଟିବାରେ |

ସେହି ମାଆ ଦିନେ ଶାଶୁ ହୋଇଥାଏ

     ପୁଅ ଯେବେ ବାହା ହୁଏ,

ପୁଅ ପରି ସ୍ନେହ ପାଏ ନାହିଁ ବୋହୂ

     ପର ଝିଅ ପରା ସିଏ |

ନିଜର ପତ୍ନୀକୁ ପୁଅ ଯେବେ ସଦା

      ଅନାବିଳ ପ୍ରୀତି ଦିଏ,

ପତ୍ନୀ ମନ ନେଇ ସବୁ କାମ କରେ

     ଯାଏ ନାହିଁ ମାଆ ଦେହେ |

ଅଧିକାଂଶ ନାରୀ ବୋହୂକୁ ନିଜର

     କରନ୍ତିନି ଝିଅ ସମ,

ବୋହୂର ସାମାନ୍ୟ ତ୍ରୁଟି ବଡ଼ ହୁଏ

     ନଥାଏ ଯା' ସମାଧାନ |

ଏମିତି ବି କିଛି ଶାଶୁ ଦୁନିଆରେ

     ଅତି ସ୍ନେହୀ ବୋହୂ ପାଇଁ,

ସେହି ପରିବାର ବୈକୁଣ୍ଠ ସମାନ

     ମମତାର ଦିବ୍ୟ ଭୂଇଁ |


Rate this content
Log in

Similar oriya poem from Inspirational