STORYMIRROR

Kunja Bihari Dalai

Inspirational

3  

Kunja Bihari Dalai

Inspirational

ସନ୍ତୋଷ୍ଟି ମହାଧନ

ସନ୍ତୋଷ୍ଟି ମହାଧନ

1 min
213

ଜୈନିକ ବଣିକ ଡାକି ଗୁମସ୍ତାଙ୍କୁ

କହନ୍ତି କର ହିସାବ 

ମୋ ପାଖରେ ଥିବା ସମ୍ପତ୍ତି ର ମୂଲ୍ୟ

ଗାଏମୋଟ କେତେ ହେବ ?


ଆକଳନ କରି କହନ୍ତି ଗୁମସ୍ତା

ଯାହାବି ଅଛି ସମ୍ପତ୍ତି 

ଆପଣଙ୍କ ସାତ ପୁରୁଷ ନିମନ୍ତେ

ରହିବ ସୁଧାର ସ୍ଥିତି।


ମୋ ଅଷ୍ଟମ ପିଢ଼ି କେମିତି ଚଳିବେ

ସର୍ବଦା ଭାବି ଏକଥା 

ଶେଷରେ ବିଛଣା ଧରିଲେ ବଣିକ

ପରିବାରେ ବଢେ ଚିନ୍ତା।


ଦିନେ ଗୁରୁଦେବ ଆସନ୍ତି ଘରକୁ

ଦେଖି ବଣିକ ଅବସ୍ଥା 

ପଚାରିଲେ କୁହ କଅଣ ହୋଇଛି

କିପାଇଁ ଏ ଦୁରାବସ୍ଥା।


ସବୁ ଶୁଣି ଗୁରୁ କହନ୍ତି ଶିଷ୍ୟକୁ

ଏହି ଗାଆଁର ବାହାରେ 

ପତ୍ର କୁଡ଼ିଆରେ ବୁଢୀଟିଏ ଅଛି

ଅଟା କିଛି ଦିଅ ତା'ରେ।


ଅଟା କିଛି ଯେବେ ବୁଢୀକୁ ଦିଅନ୍ତି

ବୁଢୀ କହେ ବଣିକକୁ 

ଆଜି ପାଇଁ ଖାଦ୍ୟ ଆବଶ୍ୟକ ନାହିଁ

ରଖିଥା ସଞ୍ଚି କାଲିକୁ ।


ବୁଢୀ କହୁଅଛି ଆଜି ଯେ ଦେଇଛି

ବୁଝିବ କାଲି ମୋ କଥା 

କାଲି ପାଇଁ ଭାବି ଆଜିଠୁ କିଆଁ ମୁଁ

ଅଯଥା କରିବି ଚିନ୍ତା ?


ବୁଢୀ କଥା ଶୁଣି ବଣିକ ମନରୁ

ଦୁଶ୍ଚିନ୍ତା ଗଲା ଉଭେଇ 

ଅବଶିଷ୍ଟ ଦିନ ଖୁସିରେ ବଞ୍ଚିଲା

ମହାପ୍ରଭୁ ପଦ ଧ୍ୟାୟୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational