Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବୀରେନ୍ କୁମାର ବେହେରା

Horror Inspirational Children

3  

ବୀରେନ୍ କୁମାର ବେହେରା

Horror Inspirational Children

ମନରେ ନ ରଖ ଭୟ

ମନରେ ନ ରଖ ଭୟ

1 min
198


ସଂଘର୍ଷରେ ଭରା ଆମ ଏ ଜୀବନ 

ଅଛି ଘାତ ପ୍ରତିଘାତ ।

ବିନା ସଂଘର୍ଷରେ ଏଇ ଜୀବନଟା 

ହୁଏ ନାହିଁ ଜନାଦୃତ ।।


ସଂଘର୍ଷର ସାମ୍ନା କରିବାକୁ ହେଲେ 

ଭୟ କୁ ନ ଆଣ ମନେ ।

ଭୟାତୁର ହୋଇ ଲଢୁଥିବ ଯେବେ 

ପରାଜିତ ହେବ ଦିନେ ।।


ଆମ ଏ ମନରେ ରହେ ଯେବେ ଭୟ 

ଭାଙ୍ଗିଯାଏ ମନୋବଳ ।

ସେଥିପାଇଁ ସିନା ପରାଜୟ ଲଭି 

ହେଉ ଆମେ ଅସଫଳ ।।


ମନ ଦୃଢ କରି ନିର୍ଭୀକ ହୃଦୟେ 

ସାମ୍ନା କର ସଂଘର୍ଷକୁ ।

ତେବେ ତୁମେ ନିଶ୍ଚେ ପାରିବ ହିଁ ଜିତି 

ଆମ ଏଇ ଜୀବନକୁ ।।


ପ୍ରତି ପରୀକ୍ଷାରେ ଦୂରାଅ ଭୟକୁ 

ହୋଇବ ଜୟ ହିଁ ଜୟ ।

ସଫଳତା ଶିଡି ଚଢିବାକୁ ହେଲେ 

ମନରେ ନ ରଖ ଭୟ ।।



Rate this content
Log in

Similar oriya poem from Horror