ଡର
ଡର
ସେ ଦିନର କାଳ ରାତି ନିଦଗଲା ମୋର ଭାଙ୍ଗି
ଆଉ ନିଦ ହେଲା ନାହିଁ ବାହାରକୁ ବୁଲିଗଲି
ବୁଲୁ ବୁଲୁ ଗାଆଁ ମୁଣ୍ଡେ ଯାଇ ମୁଁ ପହଞ୍ଚି ଥିଲି
ଦେଖିଲି କେତେକ ଶ୍ଵାନ ବୁଲୁଛନ୍ତି ଭୁକି ଭୁକି ।
ନିଶୂନ ରାତି ଅନ୍ଧାର ବିକଟାଳ ରବ ତାର
ଛାତିରେ ଛନକା ପସେ ଜୀବନ ଲାଗେ ଅସ୍ଥିର ।
ଅଦୂରେ ଶ୍ମାଶନ ଘାଟେ ଜଳୁଥିଲା ଗୋଟେ ଜୁଇ
ଶ୍ମଶାନର ବଟବୃକ୍ଷ ମୂଳରେ ଶୃଗାଳ ରୋଳ
ହୁକେ ହୋ ଶବ୍ଦ ମୋର ମନକୁ କଲା ଆନ୍ଦୋଳ
ମନରେ ଛନକା କିଆଁ ସହସା ପହିଲା କାହିଁ ।
ଭୟଙ୍କର ଏହି ଦୃଶ୍ୟ ବିଲୁଆ ପାଟିର ନିଆଁ
ଦେଖି ଦେଇ କ୍ଷଣେ ମୋତେ ଲାଗିଲା ବଡ଼ ଛାନିଆଁ ।
ବହୁଥିଲା ଧୀର ଶୀତ ପବନ ସିନା ମୋ ଦେହୁ
ଗମ୍ ଗମ୍ ହୋଇ କିଆଁ ବହିଗଲା ଶ୍ରମ ଝାଳ
ଆଶଙ୍କା ଛନକା ହୃଦେ ମନ ହୋଇଲା ବିକଳ
ପାଟି କରି ଡାକ ଦେବି କଥା ନଷ୍ଫୁରଇ ମୁହୁଁ ।
ସ୍ଥାଣୁ ପ୍ରାୟ ହୋଇ ଦେହ ମୁଣ୍ଡ ମୋର ମାରେ
ଝାଇଁ
ଝାଳେ ଓଦା ସରସର ହୋଇ ଯାଇଥିଲା ଦେହି ।
କିଂକର୍ତ୍ତବ୍ୟ ହୋଇଗଲି ଅବଶ ହୋଇଲା ଦେହ
ଏବେଳେ ଦେଖିଲି ଏକ ଶୁକ୍ଳ ବସ୍ତ୍ର ପରିହୀତା
ଛାୟା ଏକ ନାରୀ ମୂର୍ତ୍ତି ଆଗେ ମୋର ହୋଇ ଉଭା
ତର ତର ହୋଇ ଯାଏ ଦିଶୁନାହିଁ ତାର ମୁହଁ ।
ଆଈ ମାଆ କାହାଣୀ ର ଭୂତ ପ୍ରେତ କଥା ମନେ
ପଡିଯାଇ ଦେହ ଥରେ ୟେ ନିର୍ଜନ ରାତି ଜାମେ ।
ତାକୁ ଦେଖି ମୋର ହୃଦ ସ୍ପନ୍ଦନ ହୋଇଲା ସ୍ଥିର
ସେହିଠାରେ ଗଲି ପଡି ହଜିଗଲା ମୋର ଚେତା
ଚେତା ଲଭି ଦେଖେ ଘରେ ମୋପାସେ ମୋ ମାତା ପିତା
ନପାରିଲି ବୁଝି କିଛି କିଏଦେବ ମୋ ଉତ୍ତର ।
ନିଦେ ଶୋଇଗଲି ବାକି ରହିଥିବା ରାତିତକ
ସପନ କି ଏହା ସତ କି ଅବା ଶୁଣିଲି ଗପ ।
କ୍ଷଣେ ରାତିଗଲା ପାହି ସକାଳୁ ଜାଣିଲି ଯାହା
ଗତ ରାତିରେ ମୁଁ ଭୁତ ହାବୁଡ଼ରେ ପଡି ଥିଲି
ମୋର ପାଟି ଶୁଣି ଲୋକେ ଉଦ୍ଧାର କରିଲେ ବୋଲି
ବଞ୍ଚି ଗଲି ସିନା ଭୟ ଥରାଇ ଦେଉଛି ହିଆ ।