STORYMIRROR

Samar Ballav Bhoi

Abstract Horror Tragedy

4  

Samar Ballav Bhoi

Abstract Horror Tragedy

କରୋନାକୁ ଚିନ୍ତା କରନା

କରୋନାକୁ ଚିନ୍ତା କରନା

1 min
153


ଗାଁରେ କରୋନା ସହରେ କରୋନା

ଦେଶରେ କରୋନା ବିଦେଶେ କରୋନା

କରୋନା ବିନା ଆଉ କିଛି କାନେ ଶୁଭେନା

ସାରାଜଗତଟା ଲକ୍ଡାଉନ୍ ଏବେ 

ନ୍ୟୁୟଜରେ ଖାଲି କରୋନା

କରୋନା କୁ ଚିନ୍ତା କରନା ।


ସାରାବିଶ୍ବ ଆଜି ନିରବ ନିସ୍ତବ୍ଦ

କରୋନା ଭୁତାଣୁ ପାଇଁକି

ସମୟ ବଢୁଛି ସମୟ ଗଡୁଛି

କରୋନାର କାୟାବିସ୍ତାର ବଢୁଛି

ଆକ୍ରାନ୍ତ ସଂଖ୍ୟା ବଢିବା ଲାଗିଛି

ଦାଦନ ଶ୍ରମିକର ଭାଳେଣି ପଡିଛି

ଆମକୁ ବଂଚାଓ ମେସେଜ ସୋସିଆଲମିଡିଆ ମାଧ୍ୟମ ହୋଇଛି 

କାହିଁକିନା ଚାରିଆଡ ଲକ୍ଡାଉନ ହୋଇଛି

ବଂଚିବାକୁ ପ୍ରୟାସ ଚାଲିଛି

ସରକାରଙ୍କ ସାହାଯ୍ୟ ର ହାତ ବଢିଛି

କାହିଁକିନା କରୋନାର କାୟା ବଢୁଛି

କରୋନା ପାଇଁ ଆଉ କିଛି ଭାବନା

କରୋନା କୁ ଚିନ୍ତା କରନା।


ଗାଁରୁ ସହର ସହରରୁ ଦେଶ

ଦେଶରୁ ବିଦେଶ କରୋନା ସାଥେ ଯୁଦ୍ଧ ଚାଲିଛି

କରୋନା ଯୁଦ୍ଧରେ ଆମେ ସବୁ ଯୋଦ୍ଧା

ଲଢିବାକୁ ପଣ କରିଛୁ

ସାମାଜିକ ଦୁରତାର ଅସ୍ତ୍ର କରିଲେ ପ୍ରୟୋଗ 

କରୋନା ଯୁଦ୍ଧରେ ଜିତିବା ସମ୍ଭବ ହୋଇବ

ଯୁଦ୍ଧର ନିୟମ ମାନିବାକୁ ହେବ

ଘରେ ରହି ସବୁ ସୁରକ୍ଷିତ ହେବା 

ଆବଶ୍ୟକ ଥିଲେ ବାହରକୁ ଯିବା

କରୋନା ଦେଇଛି ଏକତା ସୁତ୍ର

ପରିବାର ସାଥେ ସମୟ କାଟିବା

ପୁରୁଣା ସ୍ମୃତିକୁ ଡାଏରୀରୁ କାଢି

ପରିବାର ମଧ୍ୟେ ବାଣ୍ଟିବା

ଭୁଲିଯାଇ ଥିବା ମଣିଷପଣିଆ

ଲକ୍ଷରେ ସାଧନ କରିବା

ମା ମମତାକୁ ହୃଦୟେ ରଖି

ବୟସ୍କଙ୍କ ସୁରକ୍ଷାରେ ସୁତ୍ରଧର ସାଜିବା

କରୋନାର ଚକ୍ରବ୍ୟୁହ ଭାଙ୍ଗି ପଶନା

କରୋନା କୁ ଚିନ୍ତା କରନା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract