STORYMIRROR

Binata Mohanta

Inspirational

3  

Binata Mohanta

Inspirational

ମାଆ ଓ ଶାଶୁ

ମାଆ ଓ ଶାଶୁ

1 min
220

ନାରୀର ହିଁ ରୂପ ଭିନ୍ନ ଭିନ୍ନ ଦୁହେଁ

            ନାମିତ ମାଆ ଓ ଶାଶୁ ନାମରେ

ସଂସାର ଗାଡ଼ିକୁ ଆଗେଇ ନେବାକୁ

            ଦୁହେଁ ଅଛନ୍ତି ଦୁଇ ଅଲଗା ପରିବାରରେ ।।


କନ୍ୟା ସନ୍ତାନର ଜନନୀ ହୋଇ

             ଦେଇଥାଏ ଆଚରଣର ଶିକ୍ଷା ଉତ୍ତମ 

ବିବାହ ପରେ ସେ ଶାଶୁଙ୍କର

             ପ୍ରତିଟି କଥାର ରଖିଥାଏ ସେ ସମ୍ମାନ ।।


ମାଆ ପାଖେ ସେତ ଅଲିଅଳି ହୋଇ

              କିଛି କଥାକୁ ଗୁରୁତ୍ୱ ନ ଦିଏ 

ଶାଶୁ ପାଖେ ସେତ ଆଜ୍ଞାଧୀନା ହୋଇ

               ଆଗ୍ରହର ସହ ସବୁ ତୁଲାଏ ।।


ଅତି ଆଦରରେ ମାଆ କହିଥାଏ

               ତୁ ଅଟୁ ଆମର ଲକ୍ଷ୍ମୀ

ଶାଶୁ ମୋ ମଥାରେ ଆଶିଷ ଦିଅନ୍ତି

               ତୁମେ ଆମ ଗୃହଲକ୍ଷ୍ମୀ  ।।


କଥା କଥାକେ ସାନ ଭାଇ ଭଉଣୀଙ୍କୁ

               ଘରେ ଦେଖାଉ ଥିଲି ମୁଁ ଆଖି

ଶାଶୁଘରେ ମୁଁ ଗାଳି ଖାଇଲେ ମଧ୍ୟ

               ହସେ ଆଖିରେ ଲୁହ ଜାକି ।।


ମାଆ ଯେବେ କିଛି ଶିଖିବାକୁ ଅବା କରିବାକୁ କୁହଇ

                କରେ ମୁଁ କେତେ ଯେ ବାହାନା

ଶାଶୁ କିଛି କରିବାକୁ ବରାଦ ଦେଲେ

                କୁହେ ହୋଇ ଯିବ ବ୍ୟସ୍ତ ହୁଅନା ।।


ଖାଇବା ବାଢିଲି ଆସେ ଖାଇବୁ ବୋଲି

                 ମାଆ କେତେ ଯେ ଡାକୁ ଥାଏ

ଶାଶୁ ମୋ କହନ୍ତି ସଭିଏଁ ଖାଇଲେ

                ଯାଆ ଏବେ ବାଢି ଖାଇଦେ ।।


ମାଆ ଘରେ ଝିଅ ଯେତେ ଯତନେ ଥାଉ

                 ଛାଡି ଚାଲିଯିବା ଶଙ୍କା ଥାଏ ମନରେ

ଶାଶୁ ସର୍ବଦା ଅପେକ୍ଷିତ ଆସିବ ବୋହୁ

                ଯିଏ ରହିବ ଶେଷ ପର୍ଯ୍ୟନ୍ତ ମୋ ସାଥିରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational