Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Inspirational Others

4  

Bidyadhar Mantry

Inspirational Others

ସିଦ୍ଧାନ୍ତ ନିୟମ

ସିଦ୍ଧାନ୍ତ ନିୟମ

1 min
376



ତୃତୀୟ ନିୟମ ହ୍ରୁଦୟ କୁ ଛୁଇଁଛି

ସମାଜର ଚଳନ୍ତି ନିୟମ

ନ୍ୟୁଟନ୍ ଙ୍କ ଅନ୍ୟ ଦୁଇଟି ନିୟମ 

ପାଠୁଆ ଙ୍କୁ ଉଦ୍ଦିଷ୍ଟ

ତୃତୀୟ ନିୟମ ର ଗୁରୁତ୍ଵ ଅଛି

ଦୈନନ୍ଦିନ ଘଟଣା ସହିତ ଜଡ଼ିତ ।


ସରଳ ଭାଷାରେ ବୁଝିବାକୁ ହେବ

ଅନ୍ୟ ପ୍ରତି ବଳ ପ୍ରୟୋଗ କଲେ

ସମାନ ପରିମାଣର ବିପରୀତ ପ୍ରତିକ୍ରିୟା

ନ୍ୟୁଟନ୍ ଙ୍କ ଗବେଷଣା ର ପଟାନ୍ତର ନାହିଁ

ପ୍ରତି କ୍ଷେତ୍ରରେ ପ୍ରମାଣିତ ତୃତୀୟ ନିୟମ ।


ଅନ୍ୟକୁ ବାଧିଲା ପରି କହିଲେ

ତା ର ଜବାବ ସେଇ ପରି ବିପରୀତ ମୁହାଁ

ଘରେ,ବାହାରେ ଓ କର୍ମ କ୍ଷେତ୍ରରେ

ସବୁଠି ସେଇ ନିୟମ ଲାଗୁ

ଯେତେ ଜୋର୍ ଶକ୍ତି ର ପ୍ରୟୋଗ

ସେହି ପରିମାଣର ଆଘାତ ପ୍ରତିକ୍ରିୟା ।


ସ୍ନେହ ଦେଲେ ସମ୍ମାନ

କଅଁଳିଆ କଥା କହିଲେ ଉତ୍ତର ବି ମିଠା

ସାମାଜିକ ତଥ୍ୟ କୁ ବିଜ୍ଞାନ ସମ୍ମତ

ନିର୍ଜୀବ ବସ୍ତୁ ଉପରେ ଆଧାରିତ

ସମାଜରେ ପ୍ରତିଫଳିତ, ବେଶ୍ ମନ ଛୁଆଁ ।


ତୃତୀୟ ନିୟମ ହେଉ କି ନୟନ ହେଉ

ଟିକିଏ ଓଜନ ଅଛି

ରାଗ ରେ ନିଆଁ ହେଲେ,ଶିବ ଙ୍କ ତୃତୀୟ ନୟନ

ଯଦି ଖୋଲିଯାଏ , ପ୍ରଳୟ ହିଁ ପ୍ରଳୟ

ଜଣ କୁ କଷ୍ଟ ଦେଇ ଉତ୍ତେଜିତ କଲେ

ସେ ବି ପ୍ରତିକ୍ରିୟା ରଖିବା ନିଶ୍ଚିତ

ପୁଣି,ସମାନ ଓ ବିପରୀତ ଷ୍ଟାଇଲରେ ।


ତୃତୀୟ ନିୟମ ଆଉ ନ୍ୟୁଟନ୍ ଙ୍କ ପରୀକ୍ଷା

ଫିଜିକ୍ସ ପାଠ,ବୁଝିବା ବି ସହଜ

ଅପାଠୁଆ ନିୟମ କଣ କହିପାରିବେ କି ନାହିଁ

କିନ୍ତୁ ନିୟମ ର ସିଦ୍ଧାନ୍ତ ଜଣା

ଯାହା ସହଜରେ ଆମ ଚାରିପଟେ ଅନୁମେୟ ।


ସାମାଜିକ ସିଦ୍ଧାନ୍ତ ବି ବିଜ୍ଞାନ ସମ୍ମତ

ଆମେ ଯେତେ ଜୋର୍ ଆଘାତ ଦେବା

ଆଘାତ ର ପ୍ରତିକ୍ରିୟା ବି ଅନୁଭୂତ ହେବ

ଯେତେ ଜୋର୍ ଶବ୍ଦ,ସେତେ ଜୋର୍ ପ୍ରତିଧ୍ଵନୀ

ଠିକ୍ ସେପରି,ଆମର ସାମାଜିକ ଜିବନ ।


ତୃତୀୟ ନୟନ ଆପେ ଆପେ ଖୋଲେ ନାହିଁ

ଦେବ ଦେବ ଙ୍କୁ ଶକ୍ତ ଧକ୍କା ଓ ଅପମାନ

ତ୍ରିନେତ୍ର ଖୋଲିବାର ନିୟମ

ତୃତୀୟ ନିୟମ ଲାଗୁ ହେଲେ ହିଁ

ଖୋଲି ଯିବ ତୃତୀୟ ନୟନ

ନିଉଟନ୍ ଙ୍କ ଆଗରୁ ବି ନିୟମ ଥିଲା

କିନ୍ତୁ,ଭାବାର୍ଥ ହୃଦୟଙ୍ଗମ ହେଉ ନ ଥିଲା ।


ଦୁଷ୍ଟ ହେଲେ ପିଲାଙ୍କୁ ତୃତୀୟ ନିୟମ

ମା ମାନଙ୍କୁ ଭଲ ଭାବେ ଜଣା

ଯେତେ ଜୋର୍ ମାଡ ବାଜିବ

କାନ୍ଦିବାର ସାଉଣ୍ଡ ସେତେ ଜୋର୍ ଧରିବ

ତୃତୀୟ ନିୟମ ସହିତ,ଯଦି ନୟନ ଖୋଲିଲା

ଦୁଷ୍ଟ ପିଲା ର ସେଦିନ ଅବସ୍ଥା ଖରାପ୍ ।



Rate this content
Log in

Similar oriya poem from Inspirational