ସ୍ନାନ ଯାତ୍ରା
ସ୍ନାନ ଯାତ୍ରା
ବରଷ କେ ଥରେ ତୁମେ ଆସୁଅଛ
ଭକତ ପାଖକୁ ଧାଇଁ
ଆହେ ମୋ କଳା ଗୋସାଇଁ ।
ତୁମ ପାଇଁ ଖୋଲିଲା ସୁନା କୂପ
ଗାଧୋଇବ କଳା ଶ୍ରୀ ମୁଖ
ହରି ନେବ ସବୁ କ୍ଲେଶ ପାପ ।
ଆସିବ ତୁମେ ଭାଇ ଭଉଣୀ ନେଇ
ବସିବ ସ୍ନାନ ମଣ୍ଡପେ ଯାଇ
ଦେଖିବ ଭକତ ଙ୍କୁ ଚାହିଁ ।
ଶହେ ଆଠ ଜଳେ ସ୍ନାନ ହୋଇବ
ତୁମ ସ୍ନାନ କୁ ଜଗତ ଦେଖିବ
ମହା ସ୍ନାନ ତୁମେ କରିବ ।
ହୋଇବ ଗଜାନନ ବେଶ ତୁମର
ଭକ୍ତ ପାଇଁ ଲୀଳା ତୁମର
ଆହେ ମୋ କଳା ଠାକୁର ।
ଅଣସର ଘରେ ତୁମେ ରହିବ
ତୁମକୁ ଜ୍ୱର ହୋଇବ
ଦଶ ମୂଳ ରସ ତୁମେ ଖାଇବ
ହୋଇବ ନେତ୍ର ଉତ୍ସବ ତୁମର ।
ନବ ଯୌବନ କି ମନୋହର
ରଥ ପଥ ଡାକିବ ବିଜେ ହୁଅ ଠାକୁର ।
