STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Inspirational

3  

ନାୟକ ଅକ୍ଷୟ ରାଜହସ୍ତୀ

Inspirational

କଲମ ର ଜୟପତ୍ର

କଲମ ର ଜୟପତ୍ର

1 min
12.1K

ମୁଁ କି ଭାବୁକ, ମୁଁ କି କବି 

ଯଦି ଆଙ୍କି ନ ପାରିବି ଜୀବନର ଛବି??? 

ଛବି ଅlଙ୍କେ ଅନୁଭବୀ 

ଛବି ଟା ଛବି ହୋଇ ନାହିଁ 

ପଶ୍ଚିମେ ଉଆଏଁ ରବି l 

ମୁଁ କି ଭାବୁକ, ମୁଁ କି  କବୀ 

ଗୌରୀ ଶୃଙ୍ଗେ ଯଦି ବୁହାଇ ପାରିନି 

ପୁଣ୍ଯ ଜୀବନ ଜାହ୍ନବୀ? 

 ନିର୍ଜୀବ ଜଡ କୁ ସଜୀବ କରାଏ 

ନୂହେଁ କଳ୍ପ ଉପଜୀବି l

ମୁଁ କି ଶାବ୍ଦିକ କି ଭାବ ମୁରବୀ 

ଯଦି ନ ସଜାଡ଼ିଲି ଭାଷା ପଲ୍ଲବୀ? 

ପଲ୍ଲବିତ ହୃଦ ଲାଗି 

ଗୁପ୍ତ ଅସଙ୍ଗତି ତାଲା ଖୋଲି ଦିଏ 

ହୋଇ ସାମାଜିକ ଚାବି.l

ମୁଁ କି କବୀ କି ବିପ୍ଳବୀ 

ବଜାଇ ନ ପାରିଲେ ଯୁଗ ଦୁନ୍ଦୁଭି? 

ବିରାଜିବେ କି ଦେବୀ? 

ମୋ ଦେହର ରକ୍ତେ ଲେଖିବି କବିତା 

କଲମ କାଳୀ ନ ଭାବି l


Rate this content
Log in

Similar oriya poem from Inspirational