STORYMIRROR

Laxminarayan Sahoo

Inspirational

3  

Laxminarayan Sahoo

Inspirational

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
12K


 ଜୀବନ ଜଞ୍ଜାଳ ପାରି ହେଉ ହେଉ

ଶୂନ୍ୟକୁ ଖୋଲି ଦେଲେ ଦୁଇ ହାତ 

ଶୂନ୍ୟ ହୃଦୟରେ

ଦଦରା ନାଆ ହୋଇଯାଏ 'ଜଗନ୍ନାଥ' ।

ଦୁଃଖ କଣ ଜାଣେ ନାହିଁ, ସୁଖକୁ ମୁଁ ଚିହ୍ନି ନାହିଁ

ଦୁଃଖ ସୁଖର ସମୀକରଣ କରୁ କରୁ

ସିଦ୍ଧାନ୍ତରେ ଆପେ ଲେଖି ହୋଇଯାଏ

ଜୟ ଜଗନ୍ନାଥ।


ଏ ମାଟି ଥିବ,ପାଣି, ପବନ, ଆକାଶ, ସବୁ ଥିବ

ତୁମେ ବି ଥିବ,

ଖାଲି ଯାହା ମୁଁ ନ ଥିବି ।

ତୁମ ନବକଳେବର ଲୀଳା ଦେଖି ଲାଗେ

ମୁଁ ବି ଥିବି ଯୁଗ ଯୁଗ ଧରି

ହେଉଥିବ ଖାଲି ଯାହା

ବାରମ୍ବାର ଘଟାନ୍ତର ମୋର ।

ସବୁ ଯୋଗଫଳ, ସବୁ ଅନ୍ତରଫଳ, 

ଗୁଣନ, ହରଣ, ଫଳାଫଳ ଶୂନ୍ଯ, ମହାଶୂନ୍ଯ ।


ମାୟାରୂପୀ ପକ୍ଷୀରାଜ ଘୋଡ଼ାରେ ସବାର ହୋଇ

କାହିଁକି ଏ ମୋର ଅଭିସାର ?

ଶେଷ ରାସ୍ତା ଶେଷ ଗଳି ଅତିକ୍ରମ କଲାପରେ

ତୁମ ସହ ଦେଖା ହୁଏ ଜଗନ୍ନାଥ ।


ଅନଭ୍ୟସ୍ତ ହାତରେ ଖଡି ଧରି

ସିଲଟରେ ଟାଣୁଥିବା ଅଙ୍କା ବଙ୍କା ରେଖା ପରି

ମୋ କପାଳର ଭାଗ୍ୟ ରେଖା

କ୍ରମଶଃ ବୃତ୍ତେଇ ଯାଏ,ଚକା ଆଖି ପରି

ଗଡି ଚାଲେ ଶୂନ୍ୟ ପଥେ

ତୁମ ସହ ସମାନ୍ତରାଳ ପଥେ,

ଘଟ ଘାଟ ପାରେ ନାହିଁ ରୋକି ସେ ଗତିକୁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational