STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ଚାରିଆଡେ ଏବେ ଚହଳ

ଚାରିଆଡେ ଏବେ ଚହଳ

1 min
11.6K

  

   

  ବୁଢା ବରଗଛ ଓହଳ

  ଚାରି ଆଡେ ଏବେ ଚହଳ

 ବଣ କାଟି ସବୁ ସଫା କରିଦେଲୁ

  ପାହାଡ଼କୁ ସବୁ ଲଣ୍ଡା କରିଦେଲୁ

 ସବୁଜିମା ଏବେ ହଜିହଜି ଯାଏ

   ପଡିବରେ ନିଶ୍ଚେ ଅକାଳ

   ଚାରିଆଡେ ଏବେ ଚହଳ..


  ଦାନ୍ତ ନିକୁଟୁଛି ଟାଙ୍ଗେରା ଭୂଇଁ ତ

    ମାଟି ଯାଉଅଛି ଧୋଇ

  ପଥର ଖସୁଛି ଲଣ୍ଡା ପାହାଡରୁ

     ପୋତି ହୋଇଯାଏ ନଈ

     ବେଳ ଯାଉଅଛି ବିଗିଡି

     ଧାନ ହେଉଅଛି ଅଗାଡି

    ଫସଲ ଯାଉଛି କ୍ଷେତରୁ ଉଜୁଡି 

    ଚଷାପୁଅ ହୁଏ ବିକଳ

    ଚାରିଆଡେ ଏବେ ଚହଳ..

   

   ବଣୁଆ ହାତୀ ତ ଗାଁରେ ପସନ୍ତି

   ବଣ ଆଉ ନାହିଁ ବୋଲି

   ମଉଷୁମୀ ଆସେ ମାଟି ଦୁଲୁକେଇ

   ମେଘ ଯାଏ ବାଟ ଭୁଲି

  ବଢି ପରେପରେ ମରୁଡି

   ଫସଲ ଦେଉଛି ଉଜାଡି

  କୋପ କରୁଅଛି ପ୍ରକୃତି ରାଣୀ ଲୋ

   ଦୁଃଖ ହେଉଅଛି ବହଳ 

   ଚାରିଆଡେ ଏବେ ଚହଳ..


   ଗଛ ଭରିଦେଲେ ଦିଗ ଚଉଦିଗେ

   ପବନ ବହିବ ମିଠା 

    ବଣ ପଶୁ ପକ୍ଷୀ ବଣରେ ରହିବେ

    ହେବେ ନାହିଁ ହଟହଟା

    ଚୋରା ଚଇତାଳି ପବନ

    ହେବନିରେ ଆଉ ସପନ

     ଜୀବନ ଲାଗିବ ମଧୁ ରୁ ମଧୁର

     ଗଛ ହୋଇଗଲେ ଗହଳ

     ଚାରିଆଡେ ଏବେ ଚହଳ..।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational