STORYMIRROR

Ayushman Tripathy

Inspirational

3  

Ayushman Tripathy

Inspirational

ଅନ୍ଧବିଶ୍ୱାସ

ଅନ୍ଧବିଶ୍ୱାସ

1 min
12K

ଧରମ ଯାଚନା ନୁହଇ ପାପ

ଧର୍ମ ଯେ ପରମ ପଥ

ହୋମଯଞ ମଧ୍ୟ ଅଟଇ ନିଷ୍ପାପ

କର୍ମ ଅଟେ ଧର୍ମ ରଥ!

ସତ୍ୟ କ୍ରେତା ଯୁଗ ଧର୍ମର ପ୍ରତିକ

ଧର୍ମ ନ ପାଇଲା ଗ୍ଲାନି

ତ୍ରେତୟା ଯୁଗରେ ଶ୍ରୀରଘୁତିଲକ

ଧର୍ମ କୁ କରିଲେ ଜ୍ଞାନୀ !

ଦ୍ବାପରରେ ସ୍ବୟଂ ଦେବକୀନନ୍ଦନ

ଧର୍ମ କୁ ଦେଲେ ବିଜୟ

କଳି କାଳେ ମାତ୍ର ମାନବସନ୍ତାନ

ଅଧର୍ମକୁ ଦେଲା ସେ ଜୟ?

ଅନ୍ଧବିଶ୍ବାସର କରାଳଚକ୍ରେ ତ

ଘୁରିବୁଲିଲା ସେ ନିତି,

ଧର୍ଷଣ ଶୋଷଣ କୁକର୍ମ କଲା ତ

ଅଧର୍ମ ତ ଗଲା ଜିତି।

ଦେବାଦେବୀଙ୍କର ପୂଜା ପାଠେ ସେ

ପୁଷ୍ପ ନୈବେଦ୍ୟ ବଦଳେ

ଅର୍ପିଲା ପ୍ରଭୁ ଙ୍କୁ ଅପବିତ୍ର ବାସେ

ଅନ୍ଧବିଶ୍ବାସର ଜଳେ।

ପବିତ୍ରତା ନେଲା ମାତା ପବିତ୍ରଙ୍କ

ମନ୍ଦାକିନୀ ଯାହା ନାମ

ପ୍ରଭୁଙ୍କୁ ଭାଙ୍ଗିଲା ତେତିଶି କୋଟିରେ

ଧର୍ମର ସାଜିଲା ଯମ।

ନାରିକେଲ ତଥା ଅନ୍ୟ କନ୍ଦମୂଳ

କଳିର କାଳେ ଚଳିଲା

ମାନବ ସ୍ବୟଂ ନରବଳି ଦେଲ

ପଶୁପକ୍ଷୀଙ୍କୁ ହାଣିଲା।

ରାମରାଜ୍ୟ ଗଲା କୋଶଳ ପ୍ରଦେଶେ

ଏବେ ତ ଜାଗ ହେ ଭାଇ

ନିଜ ଶିଶୁଙ୍କର ବଳି ଦେଲ ଶେଷେ

ସିନ୍ଧେକେଲା ପାଖେ ଥାଇ?

ତାନ୍ତ୍ରିକ କରଇ ସେ ତନ୍ତ୍ରସାଧନେ

କୋଟି ଅଗଣ୍ୟ ଜୀବନ,

ଫଳ ମିଳେ ନାହିଁ ଅଧର୍ମସଂସ୍ଥାନେ

ଶେଷେ ଯିବ ନିଜ ପ୍ରାଣ।

ବାଲ୍ୟବିବାହ ଚାଲିଛି ଏ ଯାଏଁ

ଲୁଚି ହେଉଛି ଅଧର୍ମ

ସୁଧୁରି ଯାରେ ମାନବ ପୁତ୍ରଏ

କାଳ କରିବ ବିକର୍ମ।

ଭୁତପ୍ରେତ ସବୁ ବିଶ୍ବାସ କଲ

ଡାହାଣୀ ସାଧନା କଲ

ଜନମ ପୁର୍ବରୁ ଝିଅକୁ ମାରିଲ

ପୁଅକୁ ଆପଣା କଲ?

ନରକଙ୍କାଳକୁ ହନୁମାନ ମନ୍ତ୍ର

ଭୁତକୁ ଗାୟିତ୍ରୀ ଜପ

ବିଜ୍ଞାନ ଯୁଗ ରେ କରିଲ ତନ୍ତ୍ର

ରାମ ନାମ ହେଲା ପାପ?

ପିଶାଚ କବଳୁ ରକ୍ଷା ପାଇଁ ଆଜି

କାଳି ସାଧନା କରୁଛ

ଜନ୍ମ ଦେଇଥିବା ମାଁ କୁ ଆଜି

ରାସ୍ତାର ଭିକାରୀ କରିଛ!

କୃଷ୍ଣୁବିରାଡିର ବାଟ କଟାକୁ

ଭାବୁଛ ଅନର୍ଥ ମୁଳ

ପୁତ୍ରଶୁନ୍ୟ ନାରୀ ମୁଖ ଦର୍ଶନକୁ

କରିଲ ଅଶାନ୍ତି କଳ?

ପଶ୍ଚାତାପ କର, ହେ ମାନବ ତୁମେ

ଅଧର୍ମ କୁ ତ୍ୟାଗ କରି

କାଳିଆ ପାଖେ ସମର୍ପ ହେ ତୁମେ

ବୈକୁଣ୍ଠେ ସ୍ଥାନ କରି।

ଏ ଜାତି ମାଟିର ତରୁଣ ସନ୍ତାନ

ଜାଗି ଉଠ ଆହେ ତୁମେ

ନିଜ ଜାତିକୁ ଉଦ୍ଧାର କରିଣ

ସତ୍ୟପଥେ ନିଅ ତୁମେ।

ଭାଙ୍ଗିଦିଅ ଅନ୍ଧବିଶ୍ବାସ କୁହୁକ

ରଚ ନବ ପୃଥିବୀ

ଅନ୍ଧକାରରେ ଜଳାଅ ଆଲୋକ

ରଚ ନବ ପୃଥିବୀ......

ରଚ ନବ ପୃଥିବୀ।

ଆୟୁଷ୍ମାନ ତ୍ରିପାଠୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational