ଅଭିନନ୍ଦନ
ଅଭିନନ୍ଦନ


ନିଦାଘର ପରିସମାପ୍ତି
ଅନ୍ତିମ ବିଦାୟ
ଆଗମନ ହୁଏ ବରଷା
ରଜଗୀତର ସ୍ଵାଗତ
ବାରତା
ଅଭିନନ୍ଦନଜଣାଏ ତା କାନେ
ଆସ ତୁମେ ଯାଅ ଝରି
ଗ୍ରୀଷ୍ମ ର ଉତ୍ତାପରେ
ଧରା ନିସ୍ତେଜ
ତୁମରି ଧାରାରପରଶ
ପାଇଁ ଚାତକପରି
ଅନାଇ ଚାହିଁ ଛି
ଝରିଗଲେ ତୁମେ
ଖେଳି ଉଠିବ
ତାରି ପଣତକାନି
ସବୁଜିମା ରେ ଭରି ଉଠିବ
ଦ୍ରୁମହୋଇବ ପଲ୍ଲବିତ
ଦେବ ଶାଖା ବିସ୍ତାରି
ହସି ଉଠିଵ ପୁଷ୍ପ ଦେବ
ପାଖୁଡା ମେଲେଇ
ନଦୀ ନାଳ ବୋହି ଯିବ
ଜୁଆର ଖେଳାଇ
ଆସଗୋ ତୁମେ
ହୁଅନା ଅବୁଝା
ମୟୂରୀର ନୃତ୍ୟ
ଜଣାଏ ସ୍ବାଗତ ଗୀତିକା ।