STORYMIRROR

Purnima Sing

Inspirational

3  

Purnima Sing

Inspirational

ପୁନଃ ଅଳକା

ପୁନଃ ଅଳକା

1 min
11.6K

ମୁକ୍ତ ଆକାଶର ବିହଙ୍ଗ ସଦୃଶ

 କେତେ ଦିନ ଉଡୁଥିବି

ପ୍ରେମର ବାରିଧି ଢ଼ାଳି ଦିଅ ପ୍ରିିୟା

   ଇନ୍ଦ୍ରଧନୁ ସାଜିଯିିିବି ।।୧।।


ତୁମ ମଳିନ ଓଠର ଧାରରେ 

  ଶୋଭା ମୁଁ ଯେ ପାଇବି,

ତୁମ ଗୋରା ଦେହେ ସଜଫୁଟା ଫୁଲ

     ହୋଇ ମୁଁ ଯେ ଫୁଟିଉଠିବି।।୨।‌।


ଅଳକା ସାନ୍ୟାଲ୍ ତୁମେ

   ମୋ ପ୍ରିୟ ରଞ୍ଜନା 

ଯୁଗେ ଯୁଗେ ଦିଅ ଭେଟି,

 ଅତୀତକୁ ଚାହିଁ ପଥ ହୁଡି ଯାଏ

ପାରେନା ତୁମକୁ ସାଁଉଟି ।।୩।।


କୁରୁ ସଭା ତଳେ ଆଜି ବି ଦେଖେ ନିତି ନିତି

  ସେହି ଅର୍ଦ୍ଧ ଉଲଗ୍ନ ଶରୀର

 ଲୁୁଚାଇବାକୁ କର ତୁମେ କେତେ ଯେ ବିନତିି ।।୪।।


ମାତୃ,ଜାୟା, ନାରୀ ଭ୍ରାନ୍ତି 

   ସମାଜରେ ବଳୀ ପଡ଼େ 

ତଥାପି ତୁୁୁମେ ହସୁୁଥାଉ 

    କେଉଁ ଅନାୟାସ ଉଦ୍ଦେଶ୍ୟରେ?।।୫।।


ଅଳକାର ପୁନଃ ଉଦ୍ଧାର

  ଦିନେ ନିଶ୍ଚେ ହେବ,

ଆଉ ଥରେ ତୁମ ନାମେ ,

   ଇତିହାସ ରଚନା ହୋଇବ।।୬।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational