STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ସଂସାର ବନ୍ଧନ

ସଂସାର ବନ୍ଧନ

1 min
185


ସଂସାର ବନ୍ଧନ ପ୍ରଭୁ ଭାରି ଦୁଃଖ ଦିଏ

କେବେ ସେ ହସାଏ ପୁଣି କେବେ କନ୍ଦାଏ

କେହି ଏଠି ଆପଣାର ହୋଇ ଯାଏ

କେହି ନିଜର ବି ପର କରି ଦିଏ

ସଂସାର ବନ୍ଧନ ମୋହ ମାୟା ରେ ବାନ୍ଧି ଦିଏ

କ୍ଷଣିକ ଜୀବନରେ ଆଶା କେବେ ସରି ନ ଥାଏ

ସଂସାର ବନ୍ଧନରେ ପଡି ଗଲେ ଥରେ ମଣିଷ ବାଟ ବଣା ହୁଏ

ସଂସାର ପଥେ ରହି ତୁମକୁ ଭୁଲି ଯାଏ

କାମନା ମଣିଷକୁ ଚିନ୍ତା ଓ ଦୁଃଖ ଦିଏ

କାମନା ହିଁ ମଣିଷ କୁ ପୁନର୍ଜନ୍ମ କରାଏ

ସଂସାର ବନ୍ଧନ କେବେ ନିନ୍ଦା କେବେ ଅପବାଦ ଆଣି ଦିଏ

ସଂସାରରେ ରହି ସଂସାର କର୍ମରେ ଦିନ ଯାଏ

ସଂସାର ବନ୍ଧନରେ ବିବାଦ ହୁଏ

କେବେ କାହାର କଟୁ କଥା କଷ୍ଟ ଦେଇ ଯାଏ

ସଂସାର ବନ୍ଧନ ମିଛ ମାୟା ମଣିଷ ବୁଝେ ନାହିଁ

ଯାହା ଆମେ ପାଇଲେ କିଛି ସାଥେ ଯିବ ନାହିଁ

ସଂସାର ବନ୍ଧନେ ସ୍ତ୍ରୀ ପୁତ୍ର ନିଜର ହୋଇବେ

ଧନ ମାନ ଯଶ ଛାଡି ସଭିଏଁ ଦିନେ ଯିବେ

ସଂସାରକୁ ଯିଏ ଅସତ୍ୟ ଅନିତ୍ୟ ଜାଣିବ

ସେହି ଏକା ହରି ନାମ ଜପି ମୁକ୍ତ ହେବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational